ଜିଆଖତ ପ୍ରସ୍ତୁତ ପ୍ରଣାଳୀ ସଂପର୍କୀତ ପ୍ରଶିକ୍ଷଣ ଶିବିର

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ବ୍ଲକ ସ୍ତରୀୟ ଉଦ୍ୟାନ ବିଭାଗ ନର୍ସରୀ ପରିସରରେ ଚାଷୀ ମାନଙ୍କ ଉଦ୍ଦେଶ୍ୟରେ ୩ ଦିନିଆ ଜିଆ ଖତ ପ୍ରସ୍ତୁତ ପ୍ରଣାଳୀ ସଂପର୍କୀତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ କୃଷି ବିଜ୍ଞାନ କେନ୍ଦ୍ର ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଗଣିଜାଙ୍ଗ, ଛୟାଳସିଂ, ଓଡଙ୍ଗ, ସେଣ୍ଢତୀରା, ଗୋପିନାଥପୁର, ନିଳୋକ, ଆଡିଆ ସମେତ ବିଭିନ୍ନ ପଞ୍ଚାୟତର ପ୍ରାୟ ୩୫ ଜଣ ଚାଷୀ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ । ବର୍ତ୍ତମାନ କୋଭିଡ୍‌-୧୯ ସମୟରେ ପ୍ରବାସୀ ଓଡିଆ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ କୃଷିର ଉନ୍ନତି କରିବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସାମିଲ କରିବା ଏହି ଶିବିରର ମୂଳ ଳକ୍ଷ୍ୟ । ଶିବିରରେ ଭଦ୍ରକ କୃଷି ବିଜ୍ଞାନ କେନ୍ଦ୍ରର ମୃତ୍ତିକା ବୈଜ୍ଞାନିକ ଦେବୀ ପ୍ରସାଦ ଦାସ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ପାୟଲ ଚୌଧୁରୀ, ଉଦ୍ୟାନ ବିଭାଗ କ୍ଷେତ୍ର କର୍ମଚାରୀ ପ୍ରଭାତ ବିଶ୍ୱାଳ, କୃଷକ ସଂଗଠନର ଅନାମ ପାଳ ଯୋଗ ଦେଇଥିଲେ । ଶିବିରରେ ସମସ୍ତ ଚାଷୀ ସାମାଜିକ ଦୂରତା ରକ୍ଷା କରି ପ୍ରଶିକ୍ଷଣ ନେଇଥିବା ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ