ଘଟଗାଁରେ ଗଠିତ ହେଲା ନୂତନ ସାମ୍ବାଦିକ ସଂଘ “ମିଡିଆ ହାଉସ୍ ଘଟଗାଁ”
ଘଟଗାଁ,(ନାରାୟଣ ପଲାଇ):ଗଣମାଧ୍ୟମକୁ ସମ୍ବିଧାନର ଚତୁର୍ଥ ସ୍ତମ୍ବ କୁହାଯାଉଥିବା ବେଳେ ଅନେକ ସମୟରେ ଗଣମାଧ୍ୟମ ଲୋକମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟା ସମାଧାନ କରୁଅଛି । ସେଥିପାଇଁ ତ ଆଜିବି ସମାଜରେ ସତ୍ୟର ଅବକ୍ଷୟ ହୋଇପାରି ନାହିଁ । ଏହି ପରିପେକ୍ଷିରେ ଆଜି ଘଟଗାଁ ଅଂଚଳରେ ଲୋକମାନଙ୍କ ସୁଖରେ ଦୁଃଖରେ ସାମିଲ୍ ହେବା ସହିତ ପ୍ରତିଟି ସମସ୍ୟାକୁ ବ୍ଲକ୍ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ କରିବା ପାଇଁ ନୂତନ ଭାବେ ଯୋଗ ଦେଇଥିବା କିଛି ଯୁବ ସାମ୍ବାଦିକଙ୍କୁ ନେଇ ଏକ ନୁଆ ସାମ୍ବାଦିକ ସଙ୍ଘ “ମିଡିଆ ହାଉସ୍ ଘଟଗାଁ” ନାମରେ ନାମିତ କରି ଗଠନ କରିଯାଇଛି । ଯାହା ଆଜି ଘଟଗାଁସ୍ଥିତ ଡାକବଙ୍ଗଳା ଠାରେ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକରେ ନୂତନ ଭାବେ ଯୋଗ ଦେଇଥିବା ବିଭିନ୍ନ ଟିଭି ମିଡିଆ ଏବଂ ପ୍ରିଣ୍ଟ ମିଡିଆ ସାମ୍ବାଦିକ ମାନଙ୍କ ସମ୍ମତିକ୍ରମେ ସେମାନଙ୍କ ମଧ୍ୟରୁ ଶ୍ରୀ ଅଭିଶେଖ ପଣ୍ଡାଙ୍କୁ ସଭାପତି ଏବଂ ଶ୍ରୀ ବିଶ୍ୱାମିତ୍ର ପାତ୍ରଙ୍କ ସମ୍ପାଦକ ଭାବେ ମନୋନିତ କରିଥିଲେ । ସଭାପତିଙ୍କ ନେତୃତ୍ୱରେ ସର୍ବସମ୍ମତିକ୍ରମେ ଉପସଭାପତି ଭାବେ ଅଜିତ୍ କୁମାର ଘଂଟିଆଳି, ସହସମ୍ପାଦକ ଭାବେ ଦୁଶାସନ ନାଏକ ଏବଂ କୋଷାଧ୍ୟକ୍ଷ ଭାବେ ମନୋଜ କୁମାର ବେହେରାଙ୍କୁ ଦାୟିତ୍ୱ ଦିଆଯାଇଥିବା ସଙ୍ଘ ପକ୍ଷରୁ ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ନଳିନିକାନ୍ତ ବେହେରା, ବିମ୍ବାଧର ରାଉତ୍, ମନୋରଞନ ସାହୁ, ରଣଜୀତ୍ ପଲେଇ, ଦିନେଶ କୁମାର ବେହେରା, ଶ୍ରୀକାନ୍ତ କୁମାର ସାହୁ ଏବଂ ରାଜେସ୍ କୁମାର ପୃଷ୍ଟି ପ୍ରମୁଖ ସଙ୍ଘର ସଦସ୍ୟ ଭାବେ ଯୋଗ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଘଟଗାଁ ଅଂଚଳର ବରିଷ୍ଟ ତଥା ନିର୍ଭିକ ସାମ୍ବାଦିକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ନୂତନ ଭାବେ ଯୋଗ ଦେଇଥିବା ସଙ୍ଘର ସମସ୍ତ ଯୁବ ସାମ୍ବାଦିକ ମାନଙ୍କୁ କିପରି ଆଗାମୀ ଦିନରେ ସ୍ୱଚ୍ଛ, ସାଧୁତା ସଚ୍ଚୋଟତା ଭାବେ କାମ କରିବା ସହିତ କୌଣସି ପରିସ୍ଥିତିରେ କୌଣସି ରାଜନୈତିକ ଦଳର ବସବର୍ତି ନ ହୋଇ ଏବଂ ଘଟଗାଁ ଅଂଚଳର ପ୍ରତିଟି ସମସ୍ୟାକୁ କିପରି ପ୍ରଶାସନ ଆଗରେ ଉପସ୍ଥାପନ କରିବେ ସେ ସମ୍ବନ୍ଧରେ ଉପଦେଶ ଦେଇଥିଲେ । ତାସହିତ ଯୁବ ସାମ୍ବାଦିକ ମାନଙ୍କୁ ଆଗାମୀ ଦିନରେ ସମସ୍ତ କ୍ଷେତ୍ରରେ ଏବଂ ଯେ କୌଣସି ପରିସ୍ଥିତିରେ ଗୁରୁଜନ ଭଳି ସହେଯାଗ କରିବେ ବୋଲି ମଧ୍ୟ ପ୍ରତିସୃତି ଦେଇଥିଲେ । ତା ସହିତ ସଙ୍ଘର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସଭାପତି ଏବଂ ସମ୍ପାଦକ ଶ୍ରୀଯୁକ୍ତ ସାହୁଙ୍କୁ ମା ତାରିଣୀଙ୍କ ଫଟୋ ସହିତ ଉତରି ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ।


