କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଚୌଦ୍ୱାର,(ଦୀପକ କୁମାର ବେଉରା): କେନ୍ଦ୍ରାପଡା ଏମପି ଅନୁଭବ ମହାନ୍ତି ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଅଖିଳ ଭାରତୀୟ ଗଣତାର୍ନ୍ତିକ ମହିଳା ସମିତି ଟାଙ୍ଗି-ଚୌଦ୍ବାର ବ୍ଲକ କମିଟି ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରଯାଇଥିଲା. । କମିଟି ସଭାନେତ୍ରି ମମତା ସାହୁ ଙ୍କ ସଭାପତିତ୍ୱରେ ସଭାରେ ପୁଷ୍ପା ଦାଶ ବର୍ଷା ପ୍ରିୟଦର୍ଶିନି ଙ୍କୁ ନ୍ୟାୟ ଓ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ଦ୍ରୁଢ କାର୍ଯ୍ଯନୁଷ୍ଠାନ ଦାବି କରିଥିଲେ। ରାଜ୍ୟ ସରକାର ମହିଳାଙ୍କ ସମ୍ମାନ କରୁଥିବା ପ୍ରଚାର କରୁଥିଲା ବେଳେ ବର୍ଷା ଙ୍କୁ ନ୍ୟାୟ ପ୍ରଦାନ କରିବାରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାନ ମଣିନାୟକ, ଜୟନ୍ତି ଗାଗରାଇ,ଜୋସ୍ନାମୟୂୀ ସାହୁ,ଚଞ୍ଚଳା ସାହୁ,ରେବତୀ ସ୍ବାଇଁ,କୁନି ସିଙ୍କୁ,କଣ୍ଡେଇ ହେମ୍ବ୍ରମ୍ ପ୍ରମୁଖ ଏହି ବିକ୍ଷୋଭ ର ନେତୃତ୍ୱ ନେଇଥିଲେ ।