ଆର୍ଯ୍ୟଭଟ ଫାଉଣ୍ଡେସନ ତରଫରୁ ଟାମଣା ଠାରେ ବୃକ୍ଷ ରୋପଣ

ବ୍ରହ୍ମପୁର,(ୱାଇଏନ୍ଏସ୍): ୭ ସେପ୍ଟେମ୍ବର ୨୦୨୦ ରେ ଆର୍ଯ୍ୟଭଟ ଫାଉଣ୍ଡେସନ ତରଫରୁ ଟାମଣା ଠାରେ ବୃକ୍ଷ ରୋପଣ କରାଯାଇଥିଲା | ଫାଉଣ୍ଡେସନ ଦ୍ୱାରା ୨୦୧୭ ରେ ସୃଷ୍ଟି କରାଯାଇଥିବା ୫୦୦୦ ବୃକ୍ଷ ବିଶିଷ୍ଟ ଗ୍ରାମ୍ୟ ବନରେ ୫୦ ଗୋଟି ଫଳ ଯଥା ପିଜୁଳି,ଡାଳିମ୍ବ,ସୀତାଫଳ ଇତ୍ୟାଦି ବୃକ୍ଷ ରୋପଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀ ଅମ୍ଲାନ ନାୟକ,ବନ ଅଧିକାରୀ ତାରିଣୀ ଚରଣ ପଟ୍ଟନାୟକ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଫାଉଣ୍ଡେସନ ଦ୍ୱାରା ସୃଷ୍ଟି ଗ୍ରାମ୍ୟ ବନ ପରିଦର୍ଶନ କରିଥିଲେ | ଏକ ଅଣ ସରକାରୀ ଅନୁଷ୍ଠାନ ନିଜ ଖର୍ଚ୍ଚରେ ସୃଷ୍ଟି କରିଥିବା ଦେଖି ଅଭିଭୂତ ହୋଇ ସାଧୁବାଦ ଜଣାଇଥିଲେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଇକୋ କ୍ଲବ ସଂଯାଜକ ଡଃ ଶଙ୍କର ନାରାୟଣ ବେଜ,ଆର୍ଯ୍ୟଭଟ ଫାଉଣ୍ଡେସନ ସ୍ବେଛାସେବୀ ବରିଷ୍ଠ ଶିକ୍ଷାବିତ ଶ୍ୟାମ ସୁନ୍ଦର ଖୋଡ଼ଙ୍ଗା,ସୁଶାନ୍ତ ମହାନ୍ତି,ମାଧବ ନାୟକ,ଭୀମସେନ ସାହୁ,ଭିକ୍ଷରାଜୁ ପାତ୍ର,ଏବଂ ଫାଉଣ୍ଡେସନ ଚେୟାରମ୍ୟାନ ସୁଧୀର ରାଉତ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ ମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ