ମାସ୍କ ନାହିଁ ତ ଯାତ୍ରୀ ଙ୍କୁ ଯାତ୍ରା ମନା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):  ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ  ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡର ସମସ୍ତ ବସ, ଅଟୋ ରିକ୍ସା ସଙ୍ଘ ସହିତ କୋଭିଡ ପରିଚାଳନା ନେଇ ବିସ୍ତୃତ ଆଲୋଚନା କରାଯାଇଛି | ଯାତ୍ରା ସମୟରେ ଯାତ୍ରୀ ମାନେ କିଭଳି ସତର୍କତା ଅବଲମ୍ବନ କରିବେ ଏଵଂ ଉଭୟ ବସ କର୍ମଚାରୀ ଓ ଯାତ୍ରୀ କୋଭିଡ ନିୟମ କଡାକଡି ପାଳନ କରିବେ ସେଥିପ୍ରତି ମୁଖ୍ୟ ଆଲୋକପାତ କରାଯାଇଛି | ଯେଉଁ ଯାତ୍ରୀ ମାନେ ମାସ୍କ ପରିଧାନ କରି ଆସିବେନି ସେମାଙ୍କୁ ଯାତ୍ରା କରିବାରୁ ବଞ୍ଚିତ କରାଯିବ | ଯାତ୍ରୀ ମାନେ ଯାତ୍ରା ସମୟରେ ମାସ୍କ ଏଵଂ ସାନିଟାଇଜର ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଛି | ବସର ପ୍ରବେଶ ପଥରେ ବସ ମାଲିକ ମାନେ “ନୋ ମାସ୍କ ନୋ ଏଣ୍ଟ୍ରି ” ପୋଷ୍ଟର ଲଗେଇବେ | ପ୍ରତ୍ୟେକ ବସ ମାଲିକ ମାନେ ବସ ରେ ସାନିଟାଇଜର ର ସୁନିଶ୍ଚିତ କରିବେ | ଯଦି କୌଣସି ଯାତ୍ରୀ ବିନା ମାସ୍କରେ ଯାତ୍ରା ସମୟରେ ଧରା ପଡ଼ନ୍ତି ତେବେ ଜୋରିମାନା ଆକାରରେ ଏକ ଶହ ଟଙ୍କା ଆଦାୟ କରାଯିବ | ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଯାଉଥିବା ବସ ଗୁଡ଼ିକ ଅଧିକ ସତର୍କତା ଅଵଲମ୍ବନ ସହ ସମସ୍ତ କୋଭିଡ ନିୟମ ସୁଚାରୁ ରୂପେ ପାଳନ କରିବେ ସେଥିପ୍ରତି ବୈଠକରେ ଗୁରୁତ୍ୱାରୋପ କରାଯାଇଛି | ବସ ଯାତ୍ରୀ ସହ ବସ କର୍ମଚାରୀ ଯଦି ସତର୍କତା ଅବଲମ୍ବନ କରିବେ ତେବେ ଯାଇ କରୋନା କୁ ଗଞ୍ଜାମ ଜିଲ୍ଲାରୁ ଦୁରେଇ ପରିବା ବୋଲି ଉପଜିଲ୍ଲାପାଳ ଶ୍ରୀ ମିଂଜ଼ କହିଛନ୍ତି |ଏହା ସହ ଉପ ଜିଲ୍ଲାପାଳ ନିଜେ ବସ ଷ୍ଟାଣ୍ଡ ଯାଇ ଯାତ୍ରୀ ମାନେ ମାସ୍କ ପିନ୍ଧିଛନ୍ତି କି ନାଇଁ ତଦା ରଖ କରି ଥିଲେ |ବି ଡି ଓ ଏବଂ ତହସିଲଦାର ଉପସ୍ଥିତ ରହି ଯାତ୍ରୀ ମାନକୁ ମାସ୍କ ପରିଧାନ କରିବା ପାଇଁ ପରାମର୍ଶ ଦେଇ ଥିଲେ ,ବର୍ତ୍ତମାନ କରୋନା ଆମଠୁ ଦୁରେଇ ଯାଇନି, ଆମକୁ କରୋନା ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ପଡିବ  ସେଥିପାଇଁ ସମସ୍ତଙ୍କ ସହଯୋଗ ନିହାତି ଦରକାର | ଏହା ଛଡା ଅଟୋ ରିକ୍ସା କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ କରିବେନି | ମାସ୍କ ପିନ୍ଧି ନ ଥିବା ଯାତ୍ରୀ ଙ୍କୁ ଅଟୋ ରେ ବସେଇବେନି | ଚାଳକ ମାନେ ବାରମ୍ବାର ସାନିଟାଇଜ ବ୍ୟବହାର କରିବା ସହ ସତର୍କ ରହିବେ |ଉପଜିଲ୍ଲାପାଳ ପ୍ରାରମ୍ଭରେ ସମସ୍ତ ବସ ମାଲିକ ସହ ସଂଘ ଗୁଡ଼ିକୁ ଧନ୍ୟବାଦ କରିଥିଲେ କି ଯେତେ ବେଳେ ପ୍ରବାସୀ ମାନେ ଉପଖଂଡକୁ ଫେରିଥିଲେ ସେତେବେଳେ ନିରବଛିନ୍ନ ଭାବେ ପ୍ରବାସୀ ମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇ ଥିଲେ  ବସ କର୍ମଚାରୀ ମାନେ ଜୀବନକୁ ବାଜି ଲଗେଇ ଦିନ ରାତି ଏକ କରି ଦେଇଥିଲେ | ବର୍ତ୍ତମାନ ଭଞ୍ଜନଗର ଉପଖଂଡ ସହ ସମଗ୍ର ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣଧୀନ ରହିଛି |ଯେଭକି କରୋନା ପୁଣି ଥିରେ ନ ଫେରେ ସେତିପ୍ରତି ସମସ୍ତଙ୍କୁ ସଜାଗ ରହିବାକୁ ପଡିବ ବୋଲି ଶ୍ରୀ ମିଂଜ଼ ପରାମର୍ଶ ଦେଇଛନ୍ତି |ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ରଂଜନ ରୟ, ଭଞ୍ଜନଗର ବସ ସଂଘର ବିପ୍ର ଚରଣ ବାରିକ, ଭଞ୍ଜନଗର ଅଟୋ ସଂଘର ସଭାପତି ଭୋଳାନାଥ ସ୍ୱାଇଁ, ସନାତନ ସେଠୀ, ଆସ୍କା ବସ ସଂଘର ସନ୍ତୋଷ କୁମାର ପଳେଇ , ଆସ୍କା ମିନି ବସ ସଂଘର ମହେଶ୍ୱର ମହାନ୍ତି, କାଳୁ ଚରଣ ପଣ୍ଡା, ରାଜେଶ କୁମାର ପଳେଇ , ସନ୍ତୋଷ କୁମାର ସ୍ୱାଇଁ, ବଂଶୀଧର ବାରିକ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ