ସଡକ ଦୁର୍ଘଟଣାରେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

କନ୍ଧମାଳ, (ପ୍ରଶାନ୍ତ କୁମାର ବେହେରା):ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ସିଆରପିଏଫ ଯବାନ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଯବାନ ଗୁରୁତର ହୋଇଛନ୍ତି । ସୁଚନା ଅନୁସାରେ ବାଲିଗୁଡାରେ କାର୍ଯ୍ୟରତ ଥିବା ୧୨୭ ନମବ ବାଟାଲିୟନର ତିନିଜଣ ଯବାନ ତାଙ୍କର ସରକାରୀ କାର୍ଯ୍ୟରେ ଭୁବନେଶ୍ୱର ଯାଇ କାମସାରି ଫେରିବା ସମୟରେ କ.ନୁଆଗାଁ ଥାନର ୬କିମି ପୁର୍ବରୁ ଥିବା ଗୁରୁଙ୍ଗୁଲି ଘାଟିରେ ଭାରସାମ୍ୟ ହରାଇ ବୋଲେର ଗାଡିଟି ଓଆର ୦୬-୬୫୫୫ଏକ ଗଛରେ ପିଟିହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଗାଡି ଚାଳକ ତଥା ହାବିଲଦାର ଲଖଣ୍ଡେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଯବାନ ଏଏସଆଇ ମାର୍ଲାପା ମାର୍କେଟି ଓ କନେଷ୍ଟବଲ ଆର ସର୍ବନନଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ମୃତ ଯବାନ ଲଖଣ୍ଡେ ରାଜେନ୍ଦ୍ରଙ୍କ ଘର ମହାରାଷ୍ଟ୍ରର ଜିଲ୍ଲା ଏହେମଦ ନଗରରେ ହୋଇଥିବା ସୁଚନା ମିଳିଛି । ଘଟଣାସ୍ଥଳରୁ ଶବକୁ ଏକ ମହାପାରାୟଣ ଗାଡିରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି । ଶବ ବ୍ୟବଛେଦ ପରେ ମୃତକଙ୍କ ଗାଁକୁ ଶବ ପଠାଯିବ ବୋଲି ସିଆରପିଏଫ ତରଫରୁ ଜଣାପଡିଛି । ଏହାକୁ ନେଇ କ.ନୁଆଗାଁ ଥାନାରେ ୫୪/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ