ଡକାୟତି ମାମଲାରେ ଫେରାର ଥିବା କୁଖ୍ୟାତ ଯୁବକ ଠେସା କାଳିଆ ଗିରଫ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ସୁନ୍ଦରଡା ଛକ ନିକଟରେ ବାଲିଟ୍ରକ ଅଟକାଇ ଡକାୟତି କରିବା ମାମଲାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ରେ ଏକାଧିକ ସଙ୍ଗୀନ ମାମଲା ରେ ସମ୍ପୃକ୍ତ କୁଖ୍ୟାତ ଯୁବକ  କେଶବ କୁଣ୍ଡ ଓରଫ ଠେସା କାଳିଆକୁ ସୋମବାର ରାତିରେ ପୋଲିସ ଗିରଫ କରିଛି। ମଙ୍ଗଳବାର ଅପରାହ୍ନରେ ତାଙ୍କୁ  ଦିଗପହଣ୍ଡି କୋର୍ଟ ଚାଲାଣ ପରେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଅଗଷ୍ଟ ୧୬ ତାରିଖ ରାତିରେ ଦେଖାଳୀରୁ ବଜ୍ରଗୁମା ଅଭିମୁଖେ ଯାଉଥିବା ଦୁଇଟି ହାଇଓ୍ଵା ଟ୍ରକକୁ କାଳିଆ ଓ ଅନ୍ୟ ଚାରିଜଣ ସହଯୋଗୀ ଦୁଇଟି ବାଇକରେ ତାହାକୁ ପିଛାକରି ସୁନ୍ଦରଡା ନିକଟରେ ଅଟକାଇଥିଲେ। ଗାଡି ଚାଳକଙ୍କୁ ୨୦ହଜାର ଟଙ୍କା ଦାବୀ କରି ନଦେଲେ ବୋମା ପକାଇ ଉଡାଇଦେବାକୁ ଧମକ ଦେଇଥିଲେ।କାଳିଆଙ୍କ ସହଯୋଗୀ ବଡ କେଳାଝୁରୀ ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓ ଚିନ୍ମୟ ପ୍ରଧାନ ଗାଡି ଚାଳକଙ୍କୁ ମାଡମାରି ୨୮୦୦ଟଙ୍କା ଏବଂ ଦୁଇଟି ମୋବାଇଲ ଛଡାଇ ନେଇଥିଲେ।ଏନେଇ ଦୁର୍ଗେଶ ରାଣା ନାମକ ଜଣେ ଗାଡି ଚାଳକ ନୂଆଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ଘଟଣାର ତିନିଦିନ ମଧ୍ୟରେ ଦୁଇଜଣ ଅଭିଯୁକ୍ତ ଜିତୁ ଓ ଚିନ୍ମୟଙ୍କୁ ପୋଲିସ ଧରିବାରେ ସକ୍ଷମ ହେବାସହ ଲୁଟ୍ ଟଙ୍କା ଓ ମୋବାଇଲ ଜବତ କରିଥିଲା।ସେ ଦୁହେଁ ବର୍ତ୍ତମାନ ସୁଦ୍ଧା ଜେଲରେ ଥିବା ଜଣା ପଡିଥିବା ବେଳେ ଆଜି କାଳିଆକୁ ଜେଲ ଯିବାକୁ ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ