କଳିଙ୍ଗ ଛକ ରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ମହାମାରୀ କରୋନା ସମୟରେ ସରକାରଙ୍କ ଠୁ ଆରମ୍ଭ କରି ସାଧାରଣ ଜନତା ସଚେତନ ଥିବା ବେଳେ । ଚୌଦ୍ଵାର ମୁନିସିପାଲ ରେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି । ଚୌଦ୍ଵାର ପ୍ରମୁଖ ସ୍ଥାନ କଳିଙ୍ଗ ଛକରେ ଦୀର୍ଘ ଏକ ମାସ ଧରି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡି ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କଲାଣି କିନ୍ତୁ ମୁନିସିପାଲ୍ ତରଫରୁ ଏଠାରେ କୌଣସି ସଫେଇ କାର୍ଯ୍ୟ ନ ହେବାର ଦେଖାଯାଇଛି । କଳିଙ୍ଗ ବଜାର ଓ ଆଖପାଖ ବଜାର ମାନଙ୍କ ଠୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବାକୁ ବେଳେ ଅଞ୍ଚଳ କୁ ସଫେଇ ନକରିବା ଦୁର୍ଭାଗ୍ୟ ର ବିଷୟ । ଏହି ବଜାର କମିଟିର ଜଣେ ପ୍ରମୁଖ ସଦସ୍ୟ ଏହି ଅଞ୍ଚଳ ର ପୂର୍ବତନ କାଉନସିଲର ହୋଇ ଥିଲେ ମଧ୍ୟ ବଜାର ସଫେଇ ନ ହେବା ବିଡମ୍ବନା ର ବିଷୟ ।


