ନିରାଡମ୍ବରରେ ପାଳିତ ହେଲା ବିଶ୍ୱକର୍ମା ପୂଜା

ବନ୍ତ,(ଚାନ୍ଦିନୀ ମହାନ୍ତି) : କୋଭିଡ୍‌-୧୯ କଟକଣା ପାଇଁ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ବନ୍ତ ବଜାର ଗାଡି ମାଲିକ ସଂଘ ପକ୍ଷରୁ ଅନୁଷ୍ଠିତ ପୂଜାରେ ସୁଶାନ୍ତ ଲେଙ୍କା ସଂକଳ୍ପ କରିଥିଲେ । ନିକଟସ୍ଥ ଜଳସେଚନ ପୁଷ୍କରିଣୀରୁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୂଜକ ଭଗବାନ ପଣ୍ଡା ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଗାଡି ମାଲିକ ସଂଘର ସଭାପତି ସୁଧାଂଶୁ ରାଉତ ଓ ସମ୍ପାଦକ ଚଗୁଲୁ ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ପୂଜାରେ ଆଲୋକ କୁମାର ରାଉତ, ରମାକାନ୍ତ ପାଣିଗ୍ରାହୀ, ଗଣେଶ ସ୍ୱାଇଁ, ବାପୁନ ରାଉତ, ଚଗୁଲୁ ଧଳଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ । ସେହିପରି ନେସ୍କୋ କାର୍ଯ୍ୟାଳୟ, ଭରସା ଆଇଟିଆଇ, ନିଳୋକ ଓ ଛୟାଳସିଂ ବିଦ୍ୟୁତ୍ ଷ୍ଟ୍ରକ୍‌ଚର ସମେତ ବିଭିନ୍ନ ଯାନ୍ତ୍ରିକ ବ୍ୟବସାୟ ପ୍ରତିଷ୍ଠାନରେ ପୂଜା ପାଳିତ ହୋଇଯାଇଛି । ଗଣିଜାଙ୍ଗ ବଜାର ଠାରେ ଗାଡି ମାଲିକ, ଚାଳକ, ଗ୍ୟାରେଜ୍ ସଂଘ ପକ୍ଷରୁ ଏହି ପୂଜା ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଶାସନସ୍ଥିତ ପୁଷ୍କରିଣୀରୁ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ଭାସ୍କର ଚନ୍ଦ୍ର ମିଶ୍ର, ସତ୍ୟବ୍ରତ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜା କାର୍ଯ୍ୟରେ ବିଶ୍ୱ କର୍ମା ପୂଜା କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ