ଜେ ଏସ ଡବ୍ଲୁ ଟିପଲରରେ ଦୁର୍ଘଟଣା
ପାରାଦୀପ,(ପିତବାସ ପ୍ରଧାନ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ଭିତରେ ଥିବା ଜେ ଏସ ଡବ୍ଲୁ ଟିପଲରରେ ଦୁର୍ଘଟଣା ଘଟି ଜଣେ( ବ୍ଲୁ ଷ୍ଟାର) ଘରୋଇ ସୁରକ୍ଷା କର୍ମୀଙ୍କୁ ଗୋଡ ହରେଇ ବାକୁ ପଡିପାରେ। ସୁରକ୍ଷା କର୍ମୀଙ୍କ ଅସବଧାନତା ଯୋଗୁ ଏଭଳି ଦୁର୍ଘଟଣା ଘଟି ଥିବା କୁହା ଯାଇଛି। ଟିପଲରରେ ମାଲ ବୋଝେଇ ହୋଇଥିବା ରେଳ ଡବା ଖାଲି ହେବା ପରେ ଟିପଲରର ବାହାରକୁ ଯାଇଥାଏ। ରେଳ ଧାରଣାରେ ରେଳ ଡବାକୁ ଅଟକାଇବା ପାଇଁ କ୍ଲିପିଂ ର ବ୍ୟବସ୍ଥା ରହିଛି। କୌଣସି କାରଣ ବସତଃ ସୁରକ୍ଷା କର୍ମୀଙ୍କ ଗୋଡ କ୍ଲିପିଂରେ ଫସି ଯାଇଥିଲା।ଫଳରେ ରେଳ ଡବା ସୁରକ୍ଷା କର୍ମୀଙ୍କୁ ଧକାଦେଇ ଗୋଡ ଉପରେ ଚଢି ଯାଇଥିବାର ଶୁଣିବାକୁ ମିଳିଛି। ଦୁର୍ଘଟଣା ଘଟିବା ପରେ ତୁରନ୍ତ ସୁରକ୍ଷା କର୍ମୀଙ୍କୁ ଅଠରବାଙ୍କି ବିଜୁ ମେମରିଆଲ ଡାକ୍ତରଖାନାଙ୍କୁ ଅଣା ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତୁରନ୍ତ କଟକ ବଡ ଡାକ୍ତରଖାନା କୁ ପଠାଇ ଥିଲେ। କମ୍ପାନୀର କିଛି ଅଧିକାରୀ ଆମ୍ବୁଲାନ୍ସ ନଂ (ଓଡି ୧୦ ଇ ୨୬୬୩ )ଯୋଗେ କଟକ ବଡ ଡାକ୍ତରଖାନାକୁ ନେଇଯାଇ ଥିଲେ। ସୁରକ୍ଷା କର୍ମୀଙ୍କ ଗୋଡର ଏଭଳି ସ୍ଥିତି ହୋଇଛିଯେ ଗୋଡ କାଟିବା ଛଡା ଅନ୍ୟ ବିକଳ୍ପ ବ୍ୟବସ୍ଥା କିଛି ନାହିଁ ବୋଲି ଶୁଣିବାକୁ ମିଳୁଛି।ନିଜର ଅସାବଧାନତା ପାଇଁ ସୁରକ୍ଷା କର୍ମୀଙ୍କୁ ନିଜର ଗୋଟେ ଗୋଡ ହରେଇ ବାକୁ ପଡିପାରେ।


