ବାସୁ ଦେଭ ନାଗରଙ୍କୁ ଏଚ୍ଡିଏଫସି ଇରଗୋ ପକ୍ଷରୁ ଇନସ୍ୟୁରାନ୍ସ୍ ଆୱାରନେସ୍ ଆୱାଡ ର୍ ଜୁନିଅର କୁଇଜ୍-୨୦୧୯ ପ୍ରଦାନ
ବ୍ରହ୍ମପୁର,-, ଏଚ୍ଡିଏଫସି ଇରଗୋ ପକ୍ଷରୁ ଏମଏସଏସଭିଏମର ବାସୁଦେଭ ନାଗର ଙ୍କୁ ଇନସ୍ୟୁରାନ୍ସ୍ ଆୱାରନେସ୍ ଆୱାର୍ଡ ଜୁନିଅର କୁଇଜ୍-୨୦୧୯ ପ୍ରଦାନ କରାଯାଇଛି । ଏହାର ଜୋନାଲ୍ ଫାଇନାଲ୍ କୋଲକାତାରେ ଅନୁଷ୍ଠିତ ହୋଇଛି । ଏଥିରେ ଦ୍ୱାଦଶରେ ପଢ଼ୁଥିବା ବାସୁଦେଭ ନାଗର ଙ୍କୁ ଚମ୍ପିଆନ୍ ହୋଇଛନ୍ତି । ଏହାର ୪ର୍ଥ ସିଜିନ୍ରେ ଦେଶର ୫୦ଟି ସହରର ୧,୦୦୦ଟି ସ୍କୁଲରେ ଜାତୀୟ ସ୍ତରୀୟ କୁଇଜ୍ ସମ୍ପନ୍ନ ହୋଇଛି । ଏହାର ପ୍ରତିଯୋଗୀତା ରାୟପୁର, ଭୁବନେଶ୍ୱର, କଟକ, ଦୁର୍ଗାପୁର, ଗୌହାଟି, ଜାମସେଦ୍ପୁର, ଜୋର୍ହାଟ୍, କୋଲକାତା, ପାଟନା, ରାଂଚି, ସିଲିଗୁଡ଼ିରେ ସମ୍ପନ୍ନ ହୋଇଛି । ଏଥିରେ ବ୍ରହ୍ମପୁରର ୨୦ଟି ସ୍କୁଲର ୫,୦୦୦ରୁ ଅଧିକ ୮ମ ଏବଂ ୯ମ ଶ୍ରେଣୀ ଶିକ୍ଷାର୍ଥୀ ଯୋଗଦେଇଥିଲେ । ବୀମା ସମ୍ପର୍କରେ ସେମାନଙ୍କ ଜ୍ଞାନ ଏହି ଅବସରରେ ପରଖା ଯାଇଥିଲା । ଏହି ଅବସରରେ କମ୍ପାନୀର ଶେୟାର ସର୍ଭିସ୍ ଏବଂ ଅନ୍ଲାଇନ୍ ବିଜ୍ନେସ୍ ସଭାପତି ମେହମୁଦ୍ ମନସୁରୀ କହିଲେ, ଆମେ ଇନସ୍ୟୁରାନ୍ସ୍ ଆୱାରନେସ୍ ଆୱାର୍ଡ ଜୁନିଅର କୁଇଜ୍-୨୦୧୯ ବିଜେତାଙ୍କୁ ଅଭିନନ୍ଦନ ଜଣାଉଛୁ । ଏହି କାର୍ଯ୍ୟକ୍ରମକୁ ଆମେ ୪ ବର୍ଷ ଧରି ସଫଳତାର ସହିତ ଆୟୋଜନ କରୁଛୁ । ସ୍କୁଲ ସ୍ତରରେ ପିଲାଙ୍କ ମଧ୍ୟରେ ବୀମା ପ୍ରତି ସଚେତନତା ସୃଷ୍ଟି କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଏହା ପ୍ରଥମେ ୨୦୧୬ରେ ଆରମ୍ଭ ହୋଇଥିଲା । ଏହାଦ୍ୱାରା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ନିବେଶ, ଟ୍ୟାକ୍ସ୍ ସେଭିଂ ଏବଂ ବୀମା ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛୁ । ବୀମା ଦୁର୍ଘଟଣା, ବନ୍ୟା, ଅଗ୍ନିକାଣ୍ଡ, ସ୍ୱାସ୍ଥ୍ୟ ସମସ୍ୟା ଆଦି କ୍ଷେତ୍ରରେ କିଭଳି ଉପଯୋଗୀ ହୋଇପାରୁଛି ତାହା ଶିକ୍ଷାର୍ଥୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା କମ୍ପାନୀ ପ୍ରୟାସ କରୁଛି । ସୂଚନାଯୋଗ୍ୟ, ଏଚ୍ଡିଏଫସି ଇରଗୋ ଜେନେରାଲ ବିମା କମ୍ପାନୀ ଲିମିଟେଡ ଏଚଡିଏଫସି ଏବଂ ଭାରତ ଅଗ୍ରଣୀ ହାଉସିଂ ଫାଇନାନ୍ସ କମ୍ପାନି ତଥା ଜର୍ମାନୀର ପ୍ରମୁଖ ବୀମା କମ୍ପାନୀ ଇରଗୋ ଇଂଟରନ୍ୟାସନାଲ ଏଜି ମିଳିତ ସହଯୋଗରେ ୫୧:୪୯ ଅନୁପାତରେ କାର୍ଯ୍ୟ କରୁଛି । କମ୍ପାନୀର ମୋଟର, ସ୍ୱାସ୍ଥ୍ୟ, ଯାତ୍ରା, ଗୃହ ଓ ବ୍ୟକ୍ତିଗତ ଦୁର୍ଘଟଣା, ସାମୁଦ୍ରିକ ଯାନ କ୍ଷେତ୍ରରେ ବୀମା ଉପଲବ୍ଧ କରାଇଥାଏ । ଏଚଡିଏଫସି ଇରଗୋର ଦେଶରେ ୧୧୦ଟି ସହରରେ ୧୨୨ ଶାଖା ରହିଛି ।


