ତୁମୁଡ଼ିବନ୍ଧ ବିଜେପି ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଳକ ଭାରତୀୟ ଜନତା ପାର୍ଟି ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତୁମୁଡ଼ିବନ୍ଧ ବିଜେପି ମଣ୍ଡଳ ସଭାପତି ତଥା ମୁଣ୍ଡିଗଡ ପଞ୍ଚାୟତ ସରପଞ୍ଚ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଭାରତର ପ୍ରଧାନମନ୍ତ୍ରୀଙ୍କ ୭୦ତମ ଜନ୍ମ ଜୟନ୍ତି ସପ୍ତାହ ପାଳନ ଅବସରରେ ସାମୂହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଦମ୍ବ, ଜାମୁ, ବିଷ୍ଣୁଚୁଡା, ନାଗ ଚମ୍ପା ଆଦି ବୃକ୍ଷ ଆଦି ବୃକ୍ଷ ରୋପଣ କରାଯାଇଥିଲା। ନୂତନ କୋର୍ଟର ଉଦ୍ଘାଟନ ପୂର୍ବରୁ ସଜେଇ ହେଉଥିବା ଜେ.ଏମ୍.ଏଫ୍.ସି ପରିସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଠ୍, ବରିଷ୍ଠ ବିଜେପି ନେତା ପୁରୁଷୋତ୍ତମ ଲେଙ୍କା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଚନ୍ଦ୍ର ପରାସେଠ, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ, ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଶଙ୍କର ବଡନାୟକ, ମୁଣ୍ଡିଗଡ ପଞ୍ଚାୟତ ଯୁବମୋର୍ଚ୍ଚା ସଭାପତି ଦିବାକର ଦଣ୍ଡସେନା, ସୁକଳ ପାତ୍ର ଓ ଅନ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ସମାହିତ ହୋଇଥିଲା।


