ବରିଷ୍ଠ ଆଇନଜୀବୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କନ୍ଧମାଳ ସାଂସଦ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀର ବରିଷ୍ଠ ଆଇନଜୀବୀ ତଥା ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ପିପି ସୁରେଶ କୁମାର ମହାପାତ୍ରଙ୍କ ବିୟୋଗରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ସେ ଏକ ବାର୍ତ୍ତାରେ ସ୍ୱର୍ଗତ ମହାପାତ୍ର ଜଣେ ବିଜ୍ଞ ଆଇନଜୀବୀ ଥିଲେ ବୋଲି ପ୍ରକାଶ କରିବା ସହିତ ଜିଲ୍ଲା ଜଣେ ଭଲ ଆଇନଜୀବୀଙ୍କୁ ହରାଇଲା ବୋଲି କହିଛନ୍ତି। ସ୍ୱର୍ଗତ ଆତ୍ମାର ସଦ୍ଗତି ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିଭଳି ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ମଧ୍ୟ ଗଭୀର ଶୋକ ପ୍ରକାଶ କରାଯାଇଛି। ଜଣେ ଖେଳପ୍ରେମୀ ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ଜିଲା କ୍ରୀଡ଼ା ସଂସଦର ସଂପାଦକ ଶିବ ପ୍ରସାଦ ତ୍ରିପାଠୀ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ କ୍ରୀଡ଼ା ସଂସଦର ସମସ୍ତ ସଭ୍ୟମାନେ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ୱର୍ଗତ ଆତ୍ମାର ଶାନ୍ତି କାମନା କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।


