ମହିଳାଙ୍କ ପେଟ ଯନ୍ତ୍ରଣା

ଝାଡ଼ଖଣ୍ଡର ଏକ ସରକାରୀ ହସ୍ପିଟାଲର ଜଣେ ଡାକ୍ତର ପେଟ ଯନ୍ତ୍ରଣାର ଉପଶମ ପାଇଁ ଜଣେ ମହିଳା ରୋଗୀଙ୍କୁ କଣ୍ଡୋମ ବ୍ୟବହାର କରିବାକୁ ପରାମର୍ଶ ଦେଇ ବରଖାସ୍ତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଡକ୍ଟର ଅସରଫ ବଦ୍ର ନାମକ ଏହି ଡାକ୍ତର ଜଣକ ରାଜ୍ୟର ଘାଟସିଲା ସବ ଡିଭିଜିନାଲ ହସ୍ପିଟାଲରେ ନିୟୋଜିତ ଥିଲେ ।ରିପୋର୍ଟ ଅନୁଯାୟୀ, ଗତ ଜୁଲାଇ ୨୩ ତାରିଖରେ ଜଣେ ୫୫ ବର୍ଷୀୟା ମହିଳା ରୋଗୀ ପେଟ ଯନ୍ତ୍ରଣା ଭୋଗ କରୁଥିବାରୁ ତାଙ୍କ ନିକଟକୁ ଆସିଥିଲେ । ଡାକ୍ତର ବଦ୍ର ତାଙ୍କ ପାଇଁ କିଛି ଔଷଧ ପ୍ରେସ୍କ୍ରାଇବ କରିଥିଲେ । ମହିଳା ଜଣକୁ ଏହାକୁ ନେଇ ନିକଟରେ ଥିବା ଏକ ମେଡିସିନ ଷ୍ଟୋରରେ ଦେଖାଇବାରୁ ସେଥିରେ ‘କଣ୍ଡୋମ ନିରୋଧ’ ବୋଲି ଲେଖିଥିଲେ । ଏ ସମ୍ପର୍କରେ ଜାଣିବା ପରେ ମହିଳା ଜଣକ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ଏ ନେଇ ଅଭିଯୋଗ କରିଥିଲେ । ଏହା ପରେ ହସ୍ପିଟାଲ ଓ ସ୍ଥାନୀୟ ପ୍ରଶାସନ ତରଫରୁ ଏହାର ଯାଞ୍ଚ କରାଯାଇଥିଲା ଏବଂ ଉକ୍ତ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ ବୋଲି ଦର୍ଶାଯାଇଥିଲା । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏହି ଘଟଣାକୁ ଗୁରୁତର ନେଇ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ବରଖାସ୍ତ କରିଛି । ଡାକ୍ତର ବଦ୍ରଙ୍କୁ ପୂର୍ବରୁ ମଧ୍ୟ କାର୍ଯ୍ୟରେ ବିଶୃଙ୍ଖଳା ଏବଂ ଦୁର୍ବବ୍ୟବହାର ପ୍ରଦର୍ଶନ ପାଇଁ ଥରେ ବହିଷ୍କାର କରାଯାଇଥିଲା । କିନ୍ତୁ ସେ ଏପରି ହରକତ ଆଉ କରିବେ ନାହିଁ ବୋଲି ଲିଖିତ ଭାବେ ଦେବା ପରେ ରାଜ୍ୟ ସରକାର ତାଙ୍କୁ ପୁଣି ନିଯୁକ୍ତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ