ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ
ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):ସ୍ଥାନୀୟ ହାଟପଦା ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଥିବା ସଭାଗୃହ ଠାରେ କୋଭିଡ଼୍ ନିୟମ ଅନୁସାରେ କନ୍ଧମାଳ ଅବସର ପ୍ରାପ୍ତ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ସର୍ବେଶ୍ୱର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘର ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ ମହାପାତ୍ର ଓ ଅନ୍ୟ ୫ ଜଣ ସଦସ୍ୟଙ୍କ ବିୟୋଗରେ ସଭାରେ ଶୋକ ପ୍ରକାଶ କରାଯିବା ସହିତ ଆତ୍ମାର ସଦ୍ ଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଏହି ଅବସରର ଖାଲିପଡ଼ିଥିବା ସାଧାରଣ ସଂପାଦକ ପଦବୀର ପୁରଣ ପାଇଁ ସଭାରେ ରବୀନ୍ କୁମାର ସାମନ୍ତରାୟଙ୍କୁ ଅନ୍ତରିଣ ସାଧାରଣ ସଂପାଦକ ଭାବେ ମନୋନିତ କରାଯାଇଥିଲା । ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ କିଶୋର ବେହେରା , ବ୍ରହ୍ମା ବେହେରା , ଅଚ୍ୟୁତାନନ୍ଦ କହଁର , ଅନନ୍ତ ଚରଣ ମିଶ୍ର , ପ୍ରମୋଦ କୁମାର ପଟନାୟକ ,ନବୀନ କିଶୋର ପଣ୍ଡା ,ଲକ୍ଷ୍ମୀ ନାରାୟଣ ଦୋରା ଓ ଅନ୍ୟମାନେ ଉପସ୍ଥିତ ଥିଲେ ବୋଲି ସଭାପତି ଶ୍ରୀ ମିଶ୍ର ଏକ ପ୍ରେସ୍ ବିବୃତ୍ତିରେ ଦର୍ଶାଇଛନ୍ତି ।