ଏନ ଏସ ଏସ ଦିବସପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମହିଳା ମହାବିଦ୍ୟାଳୟ ରେ ଏନ ଏସ ଏସ ଦିବସ କୋରୋନା ନିଯମ ସହିତ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମ ଅଧିକାରୀ ବିଜୟ କୁମାର ରାମଙ୍କ ଦ୍ବାରା ଆଯୋଜିତ ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ: ପ୍ରଦୀପ କୁମାର ମିଶ୍ର ସଭାପତି ଭାବେ ଯୋଗଦେଇ ଏନ ଏସ ଏସ ର ମହତ୍ତ୍ଵ ବିଷୟରେ କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେଇଥିଲେ ।ଏନ ଏସ ଏସ ର ରାଷ୍ଟ୍ରୀୟ ପୁରସ୍କାର ବିଜେତା ବାମନଘାଟି ର ସଂତାନ ପ୍ରଭନ୍ଜନ ମଣ୍ଡଳ କୁ କଲେଜ ର ସମସ୍ତ କର୍ମଚାରୀ ମାନେ ଏନ ଏସ ଏସ ତାଳି ଦେଇ ଅଭିନନ୍ଦନ ଜଣାଇଛନ୍ତି ।ବିଜୟ କୁମାର ରାମ ଏନ ଏସ ଏସ ର ଉଦ୍ଦେଶ୍ୟ ଓ ସ୍ବେଚ୍ଛାସେବୀ ର ଭୁମିକା ଆଲୋକପାତ କରିଥିଲେ । ବବଲୂ କୁମ୍ଭକାର , ରୁଦ୍ରନାଥ ଧୀର, ଅମିତ ଗୋପାଳ, ଭାଗବତ ନନ୍ଦ, ଶ୍ଯାମ ସୁନ୍ଦର ମଣ୍ଡଳ, ଦୀପିକା ମହାରଣା ଓ ଅନ୍ୟ ମାନେ ଯୋଗଦେଇ ଥିଲେ ।ଛାତ୍ରୀମାନଙ୍କ ମଧ୍ୟରେ ଲକ୍ଷ୍ମୀ ମିଶ୍ର, ୟଶୋଧାରା ମାହାକୁଡ, ଅଂଶୁବାଲା ଗିରିବନ, ପ୍ରଭାସିନି ମାହାକୁଡ, ପଦ୍ମିନୀ ଧଳ, ସବିତା ମହାନ୍ତ, ଓ ଲତିକା ମହାନ୍ତ ସହଯୋଗ କରିଥିଲେ ।ସଭାସେଶରେ ଅଧ୍ଯାପକ ରାଜେନ୍ଦ୍ର ମଣ୍ଡଳ ତାଙ୍କ ବକ୍ତବ୍ଯ ରଖି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ