ବେଆଇନ ଟ୍ରକ ବଡି ଗେରେଜ ଉପରେ ବନ ବିଭାଗର ଚଡାଉ;ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ  

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧୁଆଣି ରେଞ୍ଜ ଟାଙ୍ଗାବିଲା ଠାରେ ଥିବା ଶ୍ରୀ ରାମ ଟ୍ରକ ବଡି ଗ୍ୟାରେଜରେ ଚଢାଉ କରାଯାଇ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ ଚଡାଉ କରି ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ବୋଡି ଗେରେଜ ମାଲିକ ଖସିଯିବା ପାଇଁ ସଫଳ ହୋଇଛି ।ଏପରି ବେଆଇନ ବୋଡି ଗେରେଜ ସହିତ ଚୋରା କାଠ ଚାଲାଣ କାରୀ ଦିନକୁ ଦିନ ବୃଦ୍ଧିେ ପାଇବା ଫଳରେ ଜଙ୍ଗଲ ସଫା ହେବାକୁ ବସିଲାଣି ।ପୁଣି ଗତ ବୁଧବାର ରାତି ଦୁଧିଆଣି ରେଞ୍ଜ କର୍ମଚାରୀ ମାନେ ଲାଲି ରଙ୍ଗର ବୋଲେର ନମ୍ବର (OR- 11- J- 2396) ଗାଡି ରେ ବେଆଇନ୍ କାଠ ଚୋରା ଚାଲାଣ ହେଉଥିବା ବେଳେ ବନ କର୍ମଚାରୀ ମାନେ ସେହି ବୋଲେର ଗାଡି କୁ ଧରିନେଇଥିଲା । ଏଥିରୁ ବେସ୍ ଅନୁମେୟ ହେଉଛି ଯେ କାଠ ଚୋରା ମାନେ ଶିମିଳିପାଳ ବନାଚଂଳ ରେ ସକ୍ରୀୟ ରହିଛନ୍ତି। ସରକାର ଙ୍କ ବନବିଭାଗ ଏଥି ପ୍ରତି କଡା ନଜର ରଖିବାକୁ ସାଧାରଣ ରେ ଦାବୀ ହେଉଛି ନଚେତ୍ ଆଗାମୀ ଦିନରେ ଶିମିଳିପାଳ ଧ୍ୱଂସ ପାଇବ ବୋଲି ପରିବେଶବିତଗଣ ଚିନ୍ତା ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ