ବ୍ୟାଙ୍କ ପରାମର୍ଶଦାତା କମିଟି ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା) : ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ବ୍ୟାଙ୍କ ସମୂହ ଅର୍ଥ ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ ବହୁ ଯୋଜନାର କୃଷି ଏବଂ ଅଣକୃଷିମାନଙ୍କୁ ସାମିଲ କରିବା ପାଇଁ ଜିଲ୍ଲାପାଳ ବ୍ୟାଙ୍କମାନଙ୍କୁ ପରପ୍ର୍ ଦେଇଛନ୍ତି । ବର୍ତ୍ତମାନ କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ୱାରା ପ୍ରଚଳିତ କୋଭିଡ୍‌-୧୯ ଏମ୍‌ଏସ୍‌ଏମ୍‌ଇ ଏବଂ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ବହୁମାତ୍ରାରେ ଋଣ ପ୍ରଦାନ କରିବା ପାଇଁ ବ୍ୟାଙ୍କମାନଙ୍କୁ ଉପଦେଶ ଦିଆଯାଇଛି । ଆଜି ପର୍ଯ୍ୟନ୍ତ କୋଭିଡ୍‌-୧୯ ଏମ୍‌ଏସ୍‌ଏମ୍‌ଏଇ ଋଣରେ ସମୁଦାୟ ୧୦୨୬୨ ଗ୍ରାହକଙ୍କୁ ଜିଲ୍ଲାର ସମସ୍ତ ବ୍ୟାଙ୍କ ଋଣ ପ୍ରଦାନ କରିସାରିଲେଣି ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ପ୍ରଚଳିତ ଯୋଜନାରେ ପ୍ରାୟ ୯୦୦ କ୍ଷୁଦ୍ର ବ୍ୟବସାୟୀଙ୍କୁ ବ୍ୟାଙ୍କମାନେ ଋଣ ପ୍ରଦାନ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଅର୍ଥନୀତିର ସୁଧାର ଆଣିବାକୁ ବ୍ୟା୍‌ଙ୍କ ଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ କହିଛନ୍ତି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ସମୁଦାୟ ୪୨୪ ଶାଖା ଥିବାବେଳେ ଗତ ଜୁନ୍‌ମାସ ସୁଦ୍ଧା ୨୧୭୫୦ କୋଟି ଜମା ସଂଗ୍ରହ ହୋଇଛି । ସେହି ଆଧାରରେ ମାତ୍ର ୮୩୧୯ କୋଟି ଋଣ ପ୍ରଦାନ ହୋଇଛି । ଚଳିତ ବର୍ଷ ଖରିଫ୍ ଋତୁରେ ଯେପରି ସମସ୍ତ ଚାଷୀ ଉପକୃତ ହେବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ବ୍ୟାଙ୍କମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ୨୦୨୦ ଖରିଫ୍ ଋତୁରେ ସମୁଦାୟ ୭୯୧୫୮୩ ଚାଷୀ କୃଷି ଋଣ ନେବା ପାଇଁ ସକ୍ଷମ ହୋଇପାରିଛନ୍ତି । କୃଷି ପ୍ରାଥମିକତା ଏବଂ ଅଣ ପ୍ରାଥମିକତା କ୍ଷେତ୍ରରେ ଅଧିକରୁ ଅଧିକ ଋଣ ପ୍ରଦାନ କରିବା ପାଇଁ ବ୍ୟାଙ୍କ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବୈଠକରେ ଆସିକା ସାଂସଦ ପ୍ରମିଳା ବିଷୋୟୀ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡିଜିଏମ୍ ଦ୍ୱାରିକାନାଥ ନନ୍ଦ, ନାବାର୍ଡ ଏଜିଏମ୍ ସୁମନ୍ ସାହୁ, ଏଲ୍‌ଡିଏମ୍ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏଲ୍‌ଡିଏମ୍ ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ