ସ୍ୱାମୀର ଫୁଁକନଳୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ;ସ୍ୱାମୀ ଗିରଫ

ଯୋଡ଼ା,(ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ମହାବୀର ଛକ ନିକଟରେ ରବିବାର ସଂଧ୍ୟାରେ ସ୍ୱାମୀର ଫୁଁକନଳୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।ଘଟଣାସ୍ଥଳରୁ ଜଣାପଡ଼ିଥିଲାଯେ,ରବିବାର ସଂଧ୍ୟା ପ୍ରାୟ ୬ଟା ସମୟରେ ସ୍ୱାମୀ କମଲେଶ ଯାଦବ ତାଙ୍କ ସ୍ତ୍ରୀ ଶାନ୍ତି ରୁଣ୍ଡାଙ୍କ ମଧ୍ୟରେ କଳହ ହୋଇଥିଲା ।ଏଥିରେ କମଲେଶ କ୍ରୋଧାନ୍ୱିତ ହୋଇ ଏକ ଚୁଲି ଫୁଁକନଳୀରେ ଆକ୍ରମଣ କରିଥିଲା ।ଫଳରେ ରକ୍ତାକ୍ତ ହୋଇ ସ୍ତ୍ରୀ ଶାନ୍ତି ରୁଣ୍ଡାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।ଖବର ପାଇ ଯୋଡ଼ା ପୋଲିସ ପହଁଚି ଶବ ଜବତ କରି ଏକ ମାମଲା ନଂ୧୩୯/୨୦ ରୁଜୁ ବ୍ୟବଛେଦ ପାଇଁ ପଠାଇଥିଲା । ଏହି ଘଟଣାରେ ପୋଲିସ ସ୍ୱାମୀ କମଲେଶକୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ