ଗଛକୁ କାଟିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ପୌରପାଳିକା ୨ନଂ ଓାର୍ଡ ବି.ଡି ପଟ୍ଟନାୟକ ଛକର ଯାତ୍ରୀ ପ୍ରତିକ୍ଷାଳୟଠାରେ ଏକ ବିରାଟ ବିପଦପୂର୍ଣ୍ଣ ଶୁଖିଲା ଗଛକୁ କାଟିବା ନିମନ୍ତେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀଙ୍କୁ ଓାର୍ଡବାସୀ ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଥିବା ଜଣାପଡିଛି । ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ଉକ୍ତ ଛକଠାରେ ଏକ ବିରାଟ ଶୁଖିଲା ଗଛଟି ଦୀର୍ଘଦିନରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ଗଛକୁ ଲାଗି ବିଭିନ୍ନ ଘର ମଧ୍ୟ ରହିଛି । କେଉଁ ମୂହୂର୍ତରେ ଏହି ଗଛଟି ଭାଙ୍ଗିପଡି ଲୋକମାନଙ୍କ ଉପରେ କିମ୍ବା ଘର ଉପରେ ପଡି ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି । ଏନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ରହିଛନ୍ତି । ଏଣୁ ଏହି ଗଛଟିକୁ ପୌରପାଳିକା ପକ୍ଷରୁ କଟାଗଲେ ଆସନ୍ନ ବିପଦରୁ ଲୋକେ ମୁକ୍ତି ପାଇପାରନ୍ତେ ବୋଲି ଲିଖିତ ଅଭିଯୋଗରେ ଉଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ