ସର୍ବସାଧାରଣଙ୍କ ରାସ୍ତାକୁ ଅବରୋଧ, ତହସିଲ ଘେରିଲେ ଗ୍ରାମବାସୀ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) ସର୍ବସାଧାରଣଙ୍କ ରାସ୍ତାକୁ କଣ୍ଟା ଓ ବାଉଁଶ ବାନ୍ଧି ଅବରୋଧ କରିବାକୁ ନେଇ ଅଁରା ଗ୍ରାମବାସୀମାନେ ଆଜି ତହସିଲ ଘେରିବା ସହ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗାଁର ଚିଆଁ ନାୟକ, ସଞ୍ଜୟ ଶକ୍ତି ରାଉତ, ଶିବା ରାଉତ, ରାଜେନ୍ଦ୍ର ପରିଡା, ଭିକୁନୁ ରାଜ, ମାନସ କୁମାର ନାୟକ, ନରହରି ପରିଡା ପ୍ରମୁଖ ଦକ୍ଷିଣ ସାହିଠାରୁ ମୁଖ୍ୟ ରାସ୍ତାକୁ ଯାଇଥିବା କଂକ୍ରିଟ ରାସ୍ତାକୁ କଣ୍ଟା ଓ ବାଉଁଶ ବାନ୍ଧି ଅବରୋଧ କରିଦେଇଛନ୍ତି । ଫଳରେ ଗ୍ରାମର ଅର୍ଦ୍ଧାଧିକ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଛାତ୍ରଛାତ୍ରୀମାନେ ସ୍କୁଲ ଯାଇପାରୁ ନଥିବାବେଳେ ଚାଷୀମାନେ ବିଲ ବାଡିକୁ ଚାଷ କରିବାକୁ ଯାଇ ପାରୁ ନାହାନ୍ତି । ଗାଁ ଭିତରକୁ ଆମ୍ବୁଲାନସ ଯାଇପାରୁ ନଥିବାରୁ ରୋଗୀ ଗର୍ଭବତୀ ପ୍ରସୁତି ମହିଳାମାନେ ମେଡିକାଲକୁ ଯାଇ ନପାରି ନାନା ଅସୁବିଧା ଭୋଗ କରୁଛନ୍ତି । ଗ୍ରାମରୁ ବାହାରକୁ ବାହାରିବା ପାଇଁ ଗୋଟିଏ କଂକ୍ରିଟ ରାସ୍ତା ଯେଉଁ ରାସ୍ତାରେ କି ଗ୍ରାମବାସୀମାନେ ଆବାହମାନ କାଳରୁ ଯିବା ଆସିବା କରୁଥିଲେ । କିନ୍ତୁ କେତେଜଣ ମୁଷ୍ଟିମେୟ ଲୋକଙ୍କ ଯିଦଖୋର ମନୋବୃତି ଯୋଗୁଁ ଆଜି ଆମେ ଗ୍ରାମବାସୀମାନେ ବନ୍ଦୀ ଜିବନ ବିତାଉଛୁ ବୋଲି ସରପଞ୍ଚ କହ୍ନେଇ ମୁଣ୍ଡା, ୱାର୍ଡସଭ୍ୟ ନରୋତ୍ତମ ଜେନା, କାହ୍ନୁ ଚରଣ ପରିଡା, ବିଜୟ ଦାସ, ଅର୍ଜୁନ ଜେନା, ଶରତ ଚନ୍ଦ୍ର ଦାସ, ସନ୍ତୋଷ ପରିଡା, ଶ୍ରୀଧର ବେହେରା, ବିଦ୍ୟାଧର ଜେନା, ଅନାମ ଜେନା, କୃଷ୍ଣ ଜେନା, ମହେଶ୍ୱର ନାୟକ, ଶ୍ୟାମ ଶଙ୍ଖୁଆ, କାର୍ତ୍ତିକେଶ୍ୱର ଖଣ୍ଡେଇ, ଗୟାଧର ପରିଡା, ସର୍ଯ୍ୟମଣୀ ପରିଡା, ସୁରେନ୍ଦ୍ର ରାଉତ, ଶାନ୍ତିଲତା ପରିଡା, ବାବୁ ଖଣ୍ଡେଇ, ଜଳଧର ପାତ୍ର, କାର୍ତ୍ତିକେଶ୍ୱର ରାଜ ପ୍ରମୁଖ ପ୍ରକାଶ କରିବା ସହ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତହସିଲଦାର ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇବାପରେ ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।


