ଯୁବ ଇଞ୍ଜିନିୟର ଛାତ୍ରଙ୍କ କମାଲ
ଜୟପୁର,(ଓ୍ବାଇଏନ୍ଏସ୍):ଜୟପୁର ଯୁବ ଇଞ୍ଜିନିୟର ଛାତ୍ର ଶିଶିର ମଲିକ ଙ୍କ କମାଲ।ଗୋଟିଏ ପରେ ଗୋଟି ନୂଆ ପ୍ରୋଜେକ୍ଟ ତିଆରି କରି ଚର୍ଚ୍ଚାରେ ସେ।ପୂର୍ବରୁ ସେ ଅଟୋମେଟିକ ସାନିଟାଇଜର ମେସିନ ତିଆରି କରିଛନ୍ତି ଆଉ ଏବେ ସେ ପ୍ରସ୍ତତ କରିଛନ୍ତି ଏକ ପ୍ରୋଜେକ୍ଟ ଯାହାକି ରୋବୋ ହେଲିମେଟ। ସୀମା ରେ ସୈନିକ ଙ୍କ ସୁରକ୍ଷା ଓ ଦେଶର ରକ୍ଷା ପାଇଁ ଏହି ରୋ ବୋ ହେଲିମେଟ ବେଶ ସହାୟକ ହେବ ବୋଲି ଆଶା ରଖିଛନ୍ତି ଶିଶିର ମଲିକ ।ଭାରତ ଆଉ ଚୀନ ମଧ୍ୟରେ ତିକ୍ତତା ବାଢ଼ିବାରେ ଲାଗିଛି।ଭାରତ ଚୀନ ସୀମାରେ ଚୀନ ଭାରତ ଉପରେ ଆକ୍ରମଣ ର ଯୋଜନା ରଚୁଛି। ଏପରିକି ସୀମାରେ ଅତର୍କିତ ଆକ୍ରମଣ ଦ୍ୱାରା ଭାରତୀୟ ଯବାନ ସହିଦ ବି ହେଇଛନ୍ତି।ଯାହାକି ଅନ୍ତର୍ଜାତୀୟ ଜ୍ଞାନକୌଶଳ ବ୍ୟବହାର କରି ଭାରତ କୁ ମାତ ଦେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।ଏଭଳି ସ୍ଥିତି ରେ ପ୍ରତିରକ୍ଷା କ୍ଷେତ୍ର ରେ ଆଉ ପାଦେ ଆଗକୁ ଯାଇ ସେନାର ସୁରକ୍ଷା ଓ ଦେଶର ରକ୍ଷା ପାଇଁ ରୋବୋ ହେଲମେଟ ପ୍ରସ୍ତୁତ କରିଛନ୍ତି ।ଯେଉଁଥିରେ କି ଆମ ଶତ୍ରୁପକ୍ଷର ଆଚରଣ ଓ ଆକ୍ରମଣ ର ସମସ୍ତ ସ୍ଥିତି ଓ ଗତିବିଧି କୁ ସୀମାରେ ଥିବା ଆମ ସୈନିକ ବି ଜାଣିପାରିବେ।ଏଭଳି ଏକ ପ୍ରଜେକ୍ଟ ତିଆରି କରି ଏବେ ଚର୍ଚ୍ଚା ରେ ଆସିଛନ୍ତି ଜୟପୁର ସହର ର ଯୁବ ଇଞ୍ଜିନିୟର ଶିଶିର ମଲିକ।ଶିଶିରଙ୍କ ଏଭଳି କିଛି ନୂଆ କରିବାର ଆଗ୍ରହ କୁ ନେଇ ବେଶ ଖୁସି ତାଙ୍କ ପରିବାର। ଅଟୋମେଟିକ ହେଣ୍ଡ ସାନିଟାଇଜର ମେସିନ ପ୍ରସ୍ତୁତ କରିବାରେ ୨୦ ଦିନ ଲାଗିଥିବା ବେଳେ ସେଥିରେ ୫୦୦ଟଙ୍କା ଖର୍ଚ୍ଚ ହୋଇଥିଲା।ଆଉ ରୋବୋ ହେଲମେଟ ପ୍ରସ୍ତୁତ କରିବା ପାଇଁ ଦୁଇମାସ ଲାଗିଥିବା ବେଳେ ଏଥିରେ ୨୫୦୦ ରୁ ୩୦୦୦ ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରକାଶ କରିଛନ୍ତି ଶିଶିର ମଲିକରୋ ବୋ ହେଲମେଟ ପ୍ରସ୍ତୁତ କରିଥିବା ଯୁବକ ଏହି ରୋ ବୋ ହେଲିମେଟ କୁ ଯଦି ପ୍ରତିରକ୍ଷା କ୍ଷେତ୍ରରେ ସ୍ୱୀକୃତି ମିଳେ ତେବେ ଭାରତ ତାର ଶତ୍ରୁ ଦେଶ ର ସମସ୍ତ ଷଡ଼ଯନ୍ତ୍ର କୁ ଜାଣିପାରିବ ଆଉ ସଜାଗ ମଧ୍ୟ ହୋଇପାରିବ ବୋଲି କହିଛନ୍ତି ଶିଶିର।ସେପଟେ ଶିଶିର ଜଣେ ଇଲେକ୍ଟରନିକ୍ସ ଇଂଜିନିୟରିଂ ଛାତ୍ର ।ଇଂଜିନିୟରିଂ ସାରି ଏକ ଘରେଇ କମ୍ପାନୀ ରେ ଚାକିରୀ କରିବା ପରେ ଅସୁସ୍ଥତା କାରଣ ରୁ ଚାକିରୀ ଛାଡି ଜୟପୁର ଫେରି ଆସି ଏକ ଘରୋଇ ଫାଇନେନ୍ସ କମ୍ପାନୀ ରେ ଏବେ ଚାକିରୀ କରୁଛନ୍ତି ସେ। ସେ ପୂର୍ବରୁ ପ୍ରସ୍ତୁତ କରିଥିବା ଅଟୋମେଟିକ ହେଣ୍ଡ ସାନିଟାଇଜର ମେସିନ କୁ ଏକ ଘରେଇ କମ୍ପାନୀ ଡେମୋ କରି ହେଣ୍ଡ ସାନିଟାଇଜର ମେସିନ ପ୍ରସ୍ତୁତ କରୁଛି।ଶିଶିର ଙ୍କ ଏପରି ନୂଆ ନୂଆ ଆଇଡ଼ିଆ କୁ ନେଇ ସାଙ୍ଗ ସାଥି ,ପଡୋଶୀ ବେଶ ପ୍ରଶଂସା କରିଛନ୍ତି।ସେପଟେ ଶିଶିର ଙ୍କୁ ସରକାରୀ ସ୍ତରରେ ସହଯୋଗ ମିଳିଲେ ଆଗକୁ ଆହୁରି କିଛି ଅଧିକ କରିପାରିବେ ବୋଲି ସ୍ଥାନୀୟ ବୁଦ୍ଧି ଯିବି ଆଶା ରଖିଛନ୍ତି। ଶିଶିର ଜୟପୁର ଦଳ ମଣ୍ଡପ ସାହି ରେ ରହୁଥିବା ବେଳେ ଏହାକୁ ଦେଖିବାକୁ ସମ୍ପର୍କୀୟ ଙ୍କ ଭିଡ ଜମୁଛି |


