ଟ୍ରକ ଧକ୍କାରେ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ

 ଚୌଦ୍ଵାର,(ଦୀପକ୍ କୁମାର ବେଉରା) : ଚୌଦ୍ଵାର ଓଟିଏମ୍ ଛକ ନିକଟ ରେ ମାର୍ମଦନ୍ତୁ ସଡ଼କ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଓଟିଏମ୍ କଲୋନୀ ର ଵହ୍ଲବ ସାହୁ। ସେ ଏକ ଘରୋଇ କମ୍ପାନୀ ରେ ସିକୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ନିଜ କର୍ମ କ୍ଷେତ୍ରକୁ ଯିବା ସମୟରେ ଓଟିଏମ୍ ଛକ ନିକଟ ଏକ ଟ୍ରକ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିଲ। ଯାହା ଫଳରେ ବହ୍ଲବଙ୍କ ଘଟଣା ସ୍ଥଳରେ ମୃତୁ ଘଟିଥିଲା। ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ଟି ଦୃତଗତି ରେ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଘଟଣା ସ୍ଥଳରେ ଚୌଦ୍ଵାର ପୋଲିସ ପହଞ୍ଚି ମୃତ ଶରୀର ଜବତ କରିବା ସହ ଶବବ୍ୟବଛେଦ ନିମନ୍ତେ କଟକ ବଡ଼ ମେଡ଼ିକାଲ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ