ଜି ଉଦୟଗିରି ବ୍ୟବସାୟୀ ସଙ୍ଘ ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଶନିବାର ଓ ରବିବାର ବଜାର ବନ୍ଦ
ଜି ଉଦୟଗିରି,(ଓ୍ବାଇଏନ୍ଏସ୍): ଜି.ଉଦୟଗିରି ସହର ସମେତ ଗ୍ରାମାଞ୍ଚଳରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଜି.ଉଦୟଗିରି ବ୍ୟବସାୟୀ ସଂଘ ଜି.ଉଦୟଗିରି ସହରରେ ଥିବା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ କୁ ଆଗାମୀ ଶନିବାର ଓ ରବିବାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ତା ସହିତ ଅକ୍ଟୋବର ମାସ ର ପ୍ରତ୍ୟେକ ରବିବାର ଦୋକାନ ବଜାର ବନ୍ଦ କରିବା ପାଇଁ ଠିକ କରିଛି | ଅନ୍ୟ ଦିନ ମାନଙ୍କରେ କେବଳ ସକାଳ ୭ ଘଣ୍ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ବୋଲି ଜି.ଉଦୟଗିରି ବ୍ୟବସାୟୀ ସଂଘ ସଭାପତି ସମୀର କୁମାର ପାଢୀ କହିଛନ୍ତି । ବ୍ୟବସାୟୀ ମାନେ ମାକ୍ସ ପିନ୍ଧିବେ ଓ ସାମାଜିକ ଦୂତତ୍ୱ ରକ୍ଷା କରିବାକୁ କୁହାଯାଇଛି । ବିନା କାମରେ ବଜାର କୁ ନ ଆସିବା ପାଇଁ ଅନୁରୋଧ କରାଯାଇଛି । ଘରୁ ବାହାରକୁ ବାହାରିଲେ ମାକ୍ସ ପିନ୍ଧିବା ପାଇଁ ଜନ ସାଧାରଣ ଙ୍କୁ ଅନୁରୋଧ କରାଯାଇଛି ବୋଲି ସଙ୍ଘ ସଭାପତି କହିଛନ୍ତି । ସମସ୍ତ ସଙ୍ଗଠନ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ବ୍ୟବସାୟୀ ସଂଘର ଏହି ଉଦ୍ୟମ କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।


