ବ୍ଲକ ବିଜେଡି ପକ୍ଷରୁ ଗାନ୍ଧିଜୟନ୍ତୀ ପାଳିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ କୋଭିଡ ନିୟମ ଅନୁଯାୟୀ ଆଜି ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି । ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କହରାପୋଖରୀ ସ୍ଥିତ କ୍ରାନ୍ତି ମଇଦାନ ଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ବ୍ଲକ ଛକ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ କର୍ମୀମାନେ ମାଲ୍ୟାର୍ପଣ କରିଥିଲେ । କୋଭିଡ ଆଇନ ବଳବତ୍ତର ଥିବାରୁ ଏଥର ଦଳ ପକ୍ଷରୁ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି । ତେଣୁ ପ୍ରତ୍ୟକବର୍ଷ ଅକ୍ଟୋବର ୨ ଗାନ୍ଧୀଜୟନ୍ତୀ ଠାରୁ ନଭେମ୍ବର ୨ଜୟପ୍ରକାଶଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ପଦଯାତ୍ରା ପରିବର୍ତ୍ତେ ଦଳପକ୍ଷରୁ କେବଳ ଗାଁ ଗାଁରେ କରୋନା ସଚେତନତା ସୂଚିପତ୍ର ଓ ମାସ୍କ ବଣ୍ଟା ଯିବ ବୋଲି ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଦଳପକ୍ଷରୁ ବୟାବନାପୁର ଠାରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତା ସୂଚିପତ୍ର ପ୍ରଦାନ କରାଯାଇଥିବାବେଳେ ମାସ୍କ ବିତରଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାଛାତ୍ର ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ବ୍ଲକ ଛାତ୍ର ସଭାପତି ଦେବବ୍ରତ ଜେନା, ଯୁବନେତା ଲଳିତ କୁମାର ରାଉତ, ଉତ୍କଳକେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ହେମନ୍ତ ଜେନା,ସୁବ୍ରତ ପାତ୍ର, ରାଜେଶ ବାରିକ, ରବିନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


