କେବେ ଖୋଲିବ ଆହାର କେନ୍ଦ୍ର .. ?

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଆହାର କେନ୍ଦ୍ର ଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା । ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର ବହୁ ପରିମାଣରେ ହ୍ରାସ ପାଇଥିଲେ ମଧ୍ୟ ଦୀର୍ଘ ୬ମାସରୁ ଉର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ଆହାର କେନ୍ଦ୍ର କେବେ ଖୋଲିବ ସେ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଗରିବ ଶ୍ରେଣୀର ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଆହାର କେନ୍ଦ୍ର ଖୋଲା ଯାଇଥିଲା । ଦିନ ମଜୁରିଆଙ୍କ ସମେତ ଗରିବ ଶ୍ରେଣୀର ଲୋକ ମାନେ ୫ ଟଙ୍କାରେ ପେଟପୁରା ସୁଷମ ଖାଦ୍ୟ ପାଇ ପାରୁଥିଲେ । ଅଭାବୀ, ଖଟିଖିଆ ଓ ଅନାହାରରେ ରହିଥିବା ଲୋକଙ୍କ ସକାଶେ ସୁଲଭ ମୂଲ୍ୟରେ ପେଟପୁରା ଖାଦ୍ୟ ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଆହାର ଯୋଜନାର ଶୁଭାରମ୍ଭ କରିଥିଲେ । କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ନିକଟରେ ଖୋଲା ଯାଇଥିବା ଆହର କେନ୍ଦ୍ର ଗତ ମାର୍ଚ୍ଚ ୧୮ ତାରିଖ ଠାରୁ ବନ୍ଦ ରହିଅଛି । ଯାହା ଫଳରେ ବିଶେଷ ଭାବେ ଖଟିଖିଆ, ଦିନମଜୁରିଆ ମାନେ ପ୍ରଭାବିତ ହେଉଛନ୍ତି । ମାତ୍ର ୫ ଟଙ୍କାରେ ପେଟପୁରା ଖାଦ୍ୟ ଖାଇ ଚଳି ଯାଉଥିଲେ । ଅନଲକ-୫ କାର୍ଯ୍ୟକାରୀ କରାଯିବା ପରେ ରାଜ୍ୟ ସରକାର ଦୋକାନ ବଜାର, ସପିଂମଲ୍‌, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଗାଡ଼ି ମୋଟର ଚଳାଚଳକ କରିବା ସକାଶେ ଅନୁମତି ପ୍ରଦାନ କରିଥିଲେ ମଧ୍ୟ ଆହାର କେନ୍ଦ୍ର ଗୁଡ଼ିକୁ କାହିଁକି ଖୋଲୁନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଆହାର କେନ୍ଦ୍ର ଗୁଡ଼ିକୁ ଖୋଲିବା ସକାଶେ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ