ବରିଷ୍ଠ ସାମ୍ବାଦିକ ଦିଲ୍ଲିପ ଶତପଥୀଙ୍କ ବିୟୋଗ

କେନ୍ଦ୍ରାପଡା – କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ସନ୍ତାନ, ବିଶିଷ୍ଟ ଅର୍ଥନୈତିଜ୍ଞ, ବରିଷ୍ଠ ସାମ୍ବାଦିକ ତଥା ବିଜନେସ ଷ୍ଟାଣ୍ଡାର୍ଡର ରେସିଡେଂଟ ଏଡିଟର ଦିଲ୍ଲୀପ ଶତପଥୀଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ଯୋଗଦେଇ ସୂର୍ଗତ ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ସ୍ୱର୍ଗତ ଶତପଥୀଙ୍କ ସ୍ୱାକ୍ଷର ଅତ୍ୟନ୍ତ ସ୍ପଷ୍ଟ ଓ ଉଜ୍ଜ୍ୱଳ ବୋଲି ମତପ୍ରକାଶ ପାଇଥିଲା । ତେବେ ସୂର୍ଗତ ଶତପଥୀ କେନ୍ଦ୍ରାପଡା ମାଟିର ସନ୍ତାନ ହୋଇଥିବାରୁ ଏହି ମାଟି ଆଜି ତାଙ୍କ ପାଇଁ ଗର୍ବୀତ ବୋଲି ସାମ୍ବାଦିକମାନେ ମତ ଦେଇଥିଲା । ଏହି ସଭାରେ ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର, ଜୀବନ ସିଂ, ମାତୃଦତ୍ତ ମହାନ୍ତି, ଚିତ୍ତରଞ୍ଜନ ଦାସ, ପ୍ରସାନ୍ତ କୁମାର ନାୟକ, ଚିତ୍ତରଞ୍ଜନ ସାହୁ, ମନୋଜ ସ୍ୱାଇଁ, କୈଳାସ ସାହୁ, ବିରେନ ଦାସ, ମଳୟ ସ।।ହୁ, ସମାଜସେବୀ ଶୋଭନ ଆଚାର୍ଯ୍ୟ, ମନୋଜ ନାୟକ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ