ରାଜ୍ୟର ସର୍ବବୃହତ ସାହେରପେଣ୍ଠ ମତ୍ସ୍ୟଦିଆ ନିଲାମ

ପାରାଦୀପ, (ଯୁଗାଦ୍ଦ ନ୍ୟୁଜ) ପାରାଦୀପ ବନ୍ଦର ଉପକଣ୍ଠ ରାଜ୍ୟର ସର୍ବବୃହତ୍ ମତ୍ସ୍ୟଦିଆ ଭାବରେ ପରିଚିତ ସାହେରପେଣ୍ଠ ମତ୍ସ୍ୟଦିଆକୁ ଚଳିତ ଆର୍ଥିକବର୍ଷ ପାଇଁ କୁଜଙ୍ଗ ତହସିଲ ପକ୍ଷରୁ ଲିଜ୍ ପ୍ରଦାନ କରାଯାଇଛି । ଜଗତ୍ସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ୧୯ଟି କୈବତ୍ର୍ତ୍ୟ ଗ୍ରାମର ହଜାର ହଜାର କୈବର୍ତ୍ତ୍ୟ ସମ୍ପ୍ରଦାୟର ପରିବାର ଏହି ୫୭କିତା ନଦୀ ସୈରାତରୁ ପୁରୁଷାନୁକ୍ରମେ ମାଛମାରି ଜୀବିକା ନିର୍ବାହକରି ପରିବାର ପ୍ରତିପୋଷଣ କରିଆସୁଛନ୍ତି । କୁଜଙ୍ଗ ଷଣ୍ଢରାଜାଙ୍କ ଶାସନ ପରେ ବର୍ଦ୍ଧମାନ ଜମିଦାରଙ୍କ ଅଧିନରେ ଥିବା ସମୟରେ ସୂର୍ଯ୍ୟାସ୍ତ ନିୟମ ସନନ୍ଦ ବଳରେ କୈବର୍ତ୍ତ୍ୟମାନେ ବାର୍ଷିକ ୫୦୦ ଟଙ୍କା ଖଜଣା ବିନିମୟରେ ଏହି ୫୭ କିତା ନଦୀ ସୈରାତରୁ ମାଛ ମାରି ଆସୁଥିଲେ । କେତେକ ବ୍ୟତିକ୍ରମ ଯୋଗୁଁ କୈବର୍ତ୍ତ୍ୟ ମାନଙ୍କ ପକ୍ଷରୁ ହାଇକୋର୍ଟରେ ଏଫ୍.ଏ.ଓ. ନଂ-୩୫୨/୦୬ ଓ ଆର୍.ଏଫ୍.ଏ ନଂ-୨୫୧/୦୯ର ନିର୍ଦ୍ଦେଶମତ୍ତେ ବାର୍ଷକ ଲିଜ୍ ମାଧ୍ୟମରେ ଅର୍ଥ ପ୍ରତିବର୍ଷ କୁଜଙ୍ଗ ତହସିଲ୍ରେ ସମସ୍ତ କୈବର୍ତ୍ତ୍ୟଙ୍କ ପ୍ରତିନିଧି କୁଳମଣି ବେହେରାଙ୍କ ନାମରେ ଦାଖଲ ହୋଇଆସୁଛି । ସେହି ପରିପ୍ରେକ୍ଷୀରେ କୁଳମଣି ବେହେରା ଚଳିତ ବର୍ଷ ନିମନ୍ତେ କୁଜଙ୍ଗ ତହସିଲ୍ରେ ୮୩ ହଜାର ୫୮୬ ଟଙ୍କା ଅମାନତ ଜମା କରିବା ସହ ନିର୍ଦ୍ଧାରିତ ସମୟରେ ମୋଟ ଲିଜ୍ର ପରିମାଣ ୮ ଲକ୍ଷ ୩୫ ହଜାର ୪୫୭ ଟଙ୍କା ଦାଖଲ କରି ରସିଦ୍ ଗ୍ରହଣ କରିଛନ୍ତି । ଏହି ଲିଜ୍ ଅର୍ଥ ପ୍ରଦାନ କରିବା ସମୟରେ ଲିଜ୍ଧାରୀଙ୍କ ସମେତ କୈବର୍ତ୍ତ୍ୟ ଷୋଳଭାଇ ସଭାର ସଭାପତି ଗୋବିନ୍ଦ୍ର ଚନ୍ଦ୍ର ତରାଇ, ସାଧାରଣ ସମ୍ପାଦକ ବିଭୁପ୍ରସାଦ ତରାଇ, ସମ୍ପାଦକ ଶରତ ଚନ୍ଦ୍ର ବେହେରା, ସଭ୍ୟ ପ୍ରକାଶ ବେହେରା, ନରେନ୍ଦ୍ର ପରିଡା, ଦୁର୍ଗାଚରଣ ରାଉତ, ବାଜ ମାଝୀ, ହରେକୃଷ୍ଣ ସାମଲ, ସୁରେନ୍ଦ୍ର ତରାଇ, ପ୍ରକାଶ ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଏ ସମ୍ପର୍କରେ କେନ୍ଦ୍ରାପଡା ଓ ଜଗତ୍ସିଂହପୁର ଜିଲ୍ଲାର ରାଜସ୍ୱ ଅଧିକାରୀ, ଥାନା ଅଧିକାର, ଜିଲ୍ଲାପାଳ ଓ ଆରକ୍ଷୀ ନିରୀକ୍ଷକଙ୍କୁ ଚିଠି ମାଧ୍ୟମରେ ତହସିଲ ପକ୍ଷରୁ ଅବଗତ କରାଯାଇଛିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ