ମେଧାବୀ ଗରୀବ ବିଦ୍ୟାର୍ଥୀଙ୍କୁ ସାଇକେଲ ପ୍ରଦାନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଆମେରିକାରେ ରହୁଥିବା ଯୁବ ଇଂ ଅମୁଲ୍ୟ କୁମାର ସାହୁଙ୍କ ଆର୍ଥିକ ସାହାର୍ଯ୍ୟ ଯୋଗୁ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ତିନିଜଣ ଗରୀବ ମେଧାବୀ ଛାତ୍ରଛାତ୍ରୀ ସାଇକେଲ ପାଇଛନ୍ତି । ଏହାଛଡା ନାଆମୀ ମହାବିଦ୍ୟାଳୟର ଜଣେ ମେଧାବୀ ଛାତ୍ରଙ୍କୁ ମଧ୍ୟ ନାମଲେଖା ଅର୍ଥ ପ୍ରଦାନ କରାଯାଇଛି । ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲଙ୍କ ଜରିଆରେ ଇଂଜିନୟର ବନ୍ଧୁ ଜଣକ ବିଦ୍ୟାର୍ଥୀ ଜଣକୁ ସାହାର୍ଯ୍ୟର ହାତ ବଢାଇଛନ୍ତି । ଆଜି ଶ୍ରୀ ସାମଲଙ୍କ ଉପସ୍ଥିତିରେ ବିଡିଓ ବିଜୟ କୁମାର ସାହୁ ଶାରଦା ବିଦ୍ୟାମନ୍ଦିରର ଛାତ୍ରୀ ଇପ୍ସିତା ସାହୁ, କୌଶଲ୍ୟା ରାଉତ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ପ୍ରତୀକ୍ଷା ସାହୁ, ଷୋଳମପୁର ସରସ୍ୱତୀ ଶିଶୁମନ୍ଦିରର ସ୍ମୃତିରଞ୍ଜନ ପରିଡାଙ୍କୁ ସାଇକେଲ ପ୍ରଦାନ କରିଥିଲେ । ଏଥିରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାସ, ଶରତ ମହାପାତ୍ର, ସମ୍ପାଦକ ବିଶ୍ୱମ୍ବର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ବିଦେଶରେ ଥିବା ଯୁବ ଇଂଜିନିୟରଙ୍କ ଏଭଳି ମେଧାବୀ ଛାତ୍ରଛାତ୍ରୀଙ୍କୁ ସାହାର୍ଯ୍ୟ କରିବା ସହ ଅନେକ ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।


