ଜୁନିଅର ରେଡ କ୍ରସ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଟେକ୍ନୋୱାର୍ଲଡ ଆବାସିକ ବିଜ୍ଞାନ କଲେଜ ପରିସରରେ ଜୁନିଅର ରେଡ କ୍ରସ ତରଫରୁ ଉତ୍କଳ ମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି I ପରିବେଶ ପ୍ରେମୀ ଲଳିତ ମହାନ୍ତ ସଭାପତିତ୍ବ କରି ଗୋପବନ୍ଧୁ ଦାସଙ୍କୁ ଜଣେ ତ୍ୟାଗ, ସାଧନା ଓ ଜନସେବା ର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ବର୍ଣନା କରିଥିଲେ I ବରେଣ୍ୟ ଅତିଥି ଭାବେ ଟେକ୍ନୋୱାର୍ଲଡ ଗ୍ରୁପ ଅଫ ଇନ୍ଷ୍ଟିଟ୍ୟୁଟର ନିର୍ଦେଶକ ଇଂ ଉମାକାନ୍ତ ମହାନ୍ତ ଓ ପ୍ରାକ୍ତନ ଇଂରାଜୀ ଅଧ୍ୟାପକ ଗଣେଶ ମିଶ୍ର ମୟୁରଭଞ୍ଜ ରାଜା “ଗୋପବନ୍ଧୁଙ୍କୁ ଜଣେ ମଣିଷ”ଭାବେ ସାଟିଫିକେଟ ପ୍ରଦାନ କରିବା କଥାକୁ ଉଲ୍ଲେଖ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଦାରାସିଂ ମହାନ୍ତ, ଶିକ୍ଷାବିତ ସଚିକାନ୍ତ କର,ଯୁବ ସଂଗଠକ କମଲେଶ ବଳ,ସାମ୍ବାଦିକ ନିଗମାନନ୍ଦ ପଟ୍ଟନାୟକ,ପ୍ରଶାନ୍ତ କୁମାର ବେହେରା, ଆଇନଜିଵୀ ଭବାନୀ ଶଙ୍କର ମହାନ୍ତି, ଇଂ ସନାତନ ମହାନ୍ତ, ଜ୍ଞାନେନ୍ଦ୍ର ମହାକୁଡ଼, ଇଂ ଗୌରାଙ୍ଗ ମହାନ୍ତ, ଶିକ୍ଷକ ଅଧୀର କୁମାର ନନ୍ଦ, ସୁରେନ୍ଦ୍ର କୁମାର ସୋରେନ, କାଉନ୍ସେଲର କମଳା କାନ୍ତ ସିଂ ଓ କର ଚରଣ କିସ୍କୁ ପ୍ରମୁଖ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନ ଓ କର୍ମଧାରା ସମ୍ପର୍କରେ ଆଲୋକପାତ କରିଥିଲେ I ପ୍ରାରମ୍ଭରେ ଗୋପବନ୍ଧୁଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟା ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା I କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିଅର ରେଡ କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ସଂଯୋଜନା କରିଥିଲେ I ଶେଷରେ ଶିଶୁ ସାହିତ୍ୟିକ ଭବାନୀ ଶଙ୍କର ଗିରି ଧନ୍ୟବାଦ ପ୍ରଦାନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ