ମୋଟର ଯାନ ଆଇନ ଜରିଆରେ ଦେଶରେ ଆତଙ୍କରାଜ ପଛରେ ରହିଛି ବୀମା କମ୍ପାନୀ ପାଇଁ ମୁନାଫା
ବ୍ରହ୍ମପୁର : ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ ସାମନ୍ତରା ଓ ସାମାଜିକ କର୍ମୀ ରବି ରଥ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ୨୦୧୯ ନିର୍ବାଚନରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ବିଜୟୀ ହୋଇଥିବା ଭାରତୀୟ ଜନତା ପାର୍ଟି ତଥା ନରେନ୍ଦ୍ର ମୋଦି ସରକାର ଆର୍ଥିକ କ୍ଷେତ୍ରରେ ବିଫଳ ହୋଇଥିବା ଖୋଦ୍ ସରକାରୀ ତଥ୍ୟ ପ୍ରକାଶ ହୋଇଗଲା ପରେ ଦେଶରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ନାମରେ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି । ଏହାସହ ଯେହେତୁ ବେକାରୀ ଓ ସାମାଜିକ ଅସୁରକ୍ଷା ବଢ଼ିବାରେ ଲାଗିଛି । ଲୋକଙ୍କ ପ୍ରତିବାଦ ମାନସିକତାକୁ ଚାପି ଦେବା ପାଇଁ ଁ କେତେକ ଆଇନର କାର୍ଯ୍ୟକାରିତା ଜରିଆରେ ଭୟର ବାତାବରଣ ସୃଷ୍ଟି କରାଯାଉଛି । ଆଜି ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ କେନ୍ଦ୍ର ସରକାରଙ୍କ ନୂଆ ନିୟମାବଳୀକୁ କାର୍ଯ୍ୟକାରି କରିବାକୁ ଯାଇ ରାଜ୍ୟ ସରକାରମାନଙ୍କ ପୋଲିସ ସାଧାରଣ ବାଇକ ଓ ଅଟୋ ଚାଳକମାନଙ୍କ ଉପରେ ଯେପରି ଅଧିକ ଜରିମାନା ଆଦାୟ କରାଯାଉଛି ଓ ତାର ପ୍ରତିବାଦ କଲେ ଲାଠି ଚାଲୁଛି ତାହା ଅତି ନିନ୍ଦନୀୟ । ମୋଟର ବାହନ ଚାଳନା କ୍ଷେତ୍ରରେ ଦୁର୍ଘଟଣା ରୋକିବାକୁ କଡ଼ାକଡ଼ା ଆଇନର ଆବଶ୍ୟକତା ଅଛି । କି;ୁ କାଗଜପତ୍ର ଅନିୟମିତତାକୁ ସମୟ ଦେଇ ସୁଧାର ଅଣାଯାଇପାରିବ । ପୁଣି ମଟର ଟ୍ୟାକ୍ସ ଜରିଆରେ ସାଧାରଣତଃ ଏକ ବାଇକ ଚାଳକ ଉପରେ କାହିଁକି ଅତ୍ୟଧିକ ବୀମାରାଶି ଦେବାକୁ ନିୟମ କରାଯାଉଛି । ବର୍ତ୍ତମାନ ଇନସୁ୍ୟରାନ୍ସ ନଥିବା ବାଇକ ଚାଳକ ଠାରୁ ୩ ହଜାର ଜରିମାନା ଆଦାୟ ହେଉଛି । ଏହାର ପଛରେ ଏକ ଅସଲ ଉଦ୍ଦେଶ୍ୟ ରହିଛି । ତାହାହେଲା ଦେଶରେ ଥିବା ଘରୋଇ ବୀମା କମ୍ପାନୀମାନଙ୍କ ପାଖକୁ ଶହ ଶହ କୋଟି ଟଙ୍କା ଯିବ । ନିର୍ବାଚନ ବେଳେ ଏହି ଘରୋଇ କମ୍ପାନୀଙ୍କ ଠାରୁ ମୋଟା ଚାନ୍ଦା ଆସିଥିଲା । ସେମାନଙ୍କ ପାଇଁ ଏହି ଆଇନ ଲାଗୁ ହୋଇଛି । ବୀମା କରିବାକୁ ବାଧ୍ୟ କରାଗଲା ବେଳେ ବୀମାରାଣି ମଧ୍ୟ କମାଇ ଦେବାର ଆବଶ୍ୟକତା ରହିଛି । କି;ୁ କେନ୍ଦ୍ର ସରକାର ରାଜ୍ୟ ସରକାର ଏକଥା ଚାହାନ୍ତି ନାହିଁ । ଓଡ଼ିଶାରେ କାହିଁକି ଆଜି ରାସ୍ତାରେ ପୋଲିସ ଜନତା ସଂଘର୍ଷ ? ରାତାରାତି ନିୟମ ବଦଳି ଗଲା ବୋଲି ସାଧାରଣ ଅଟୋ ଚାଳକ ବା ମାଲିକ ପ୍ରତି ଏତେ କଠୋର କାହିଁକି । ରାଜ୍ୟରେ ବିଜେଡ଼ି ସରକାର ଏବେ କେନ୍ଦ୍ର ବିଜେପି ସରକାର ସମସ୍ତ ଭଲ ମନ୍ଦ ନୀତି ନିୟମର ଅନ୍ଧ ସମର୍ଥକ । ସେଥିପାଇଁ କେନ୍ଦ୍ର ନିୟମାବଳୀକୁ ସମୀକ୍ଷା ନ କରି ଲୋକଙ୍କ ଉପରେ ଜବରଦସ୍ତ ଲଦି ଦେଇ ସର୍ବଶ୍ରେଷ୍ଠ ପ୍ରଶାସକର ପୁରସ୍କାର ପାଇବାକୁ ବିଜେପି ଶାସିତ ରାଜ୍ୟ ସରକାରମାନଙ୍କ ସହ ପ୍ରତିଯୋଗିତା କରୁଛି । କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରରେ ମଧ୍ୟ ଏପରି ସ୍ଥିତି ସୃଷ୍ଟି ହୋଇଛି । ମଧ୍ୟପ୍ରଦେଶ, ଛତିଶଗଡ଼ ସରକାର ସମୀକ୍ଷା କରି ଲାଗୁ କରିବାକୁ ଘୋଷଣା କରିଛନ୍ତି । ଭୟରୁ ମୁକ୍ତ ହୋଇ ନାଗରିକମାନେ ସଚେତନ ହେବାକୁ ଶ୍ରୀ ସାମନ୍ତରା ଓ ଶ୍ରୀ ରଥ ଆହ୍ୱାନ କରିଛନ୍ତି ।