କୋଭିଡ୍-୧୯ ସମୟରେ ଉପନିର୍ବାଚନ କାର୍ଯ୍ୟ ପାଇଁ ଶିକ୍ଷକମାନେ ଭୟଭୀତ
ଜଗତସିଂହପୁର,(ଅନସୂୟା ରାଉତ): ଆଗାମୀ ନଭେମ୍ବର ମାସରେ ଜଗତସିଂହପୁର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିର୍ବାଚନକୁ ସୂଚାରୁ ରୂପେ ସମ୍ପନ୍ନ ହେବା ପାଇଁ ଜିଲ୍ଲାର ଶିକ୍ଷକ ମାନଙ୍କୁ ଆସନ୍ତା କାଲି ଠାରୁ ତାଲିମ୍ ନେବାକୁ ଚିଠି କରାଯାଇଛି । ଏହି ଚିଠି ପାଇବା ପରେ କେତେକ ଶିକ୍ଷକ ମାନଙ୍କ ପରିବାରରେ ଭୟ ସୃଷ୍ଟି ହୋଇଛି । ଏବେ ବି ଅନେକ ଶିକ୍ଷକ କରୋନା ରୋଗରେ ଆକ୍ରାନ୍ତ ହୋଇ ଘରୋଇ ନୀତି ନିୟମ ଅନୁସାରେ ରହିଛନ୍ତି । ଅନେକ ଶିକ୍ଷକ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇ ଦୈନିକ ଇନ୍ସୁଲିନ୍ ଓ ପ୍ରେସର୍ ବଟିକା ଦୁଇ ବେଳା ଖାଉଛନ୍ତି । ଏବେ ସେମାନେ କିପରି ତାଲିମ୍ ନେବେ ଓ ଆଗାମୀ ଦିନରେ ନିର୍ବାଚନ କାର୍ଯ୍ୟ କରିବେ ସେଥିପାଇଁ ଭୟଭୀତ ହୋଇ ପଡିଛନ୍ତି । ଏହି ସମସ୍ୟା ବିଷୟରେ ଜଗତସିଂହପୁର ଜିଲ୍ଲାପାଳ ବିଚାର କରିବାକୁ ରୋଗୀ ଶିକ୍ଷକ ମାନେ ନିବେଦନ କରିଛନ୍ତି ।


