କୋଭିଡ୍ ନିୟମାବଳୀର ଅନୁପାଳନ ପୂର୍ବକ ଆରମ୍ଭ ହେଲା ଉପନିର୍ବାଚନ ପରିଚାଳନା ତାଲିମ

ବାଲେଶ୍ୱର, (ଓ୍ବାଇଏନ୍ଏସ୍):ଆଜି ସ୍ଥାନୀୟ ଜିଲ୍ଲା ସ୍କୁଲରେ ଉପ-ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପ୍ରିଜାଇଡିଂ ଅଧିକାରୀ ଓ ପ୍ରଥମ ପୋଲିଂ ଅଧିକାରୀମାନଙ୍କର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ତାଲିମ ଦୁଇ ଦିନ ଧରି ଚାଲିବ । ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା୍‌ସ୍ତରୀୟ ମାଷ୍ଟର ଟ୍ରେନର ଓ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ମାଷ୍ଟର ଟ୍ରେନରଙ୍କ ସମେତ ସେକ୍ଟର ଅଫିସରମାନେ ଅଂଶଗ୍ରହଣ କରି ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । କୋଭିଡ୍‌-୧୯ ମାର୍ଗଦର୍ଶିକାର ଅନୁପାଳନ ପୂର୍ବକ ଏହି ତାଲିମ ଶିବିରରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପ୍ରଶିକ୍ଷଣ ବେଳେ ସାମାଜିକ ଦୂରତା ବଜାୟ ରଖାଯିବା ସହିତ ଅଧିକାରୀମାନେ ମୁହଁରେ ମାସ୍କ, ହାତରେ ଗ୍ଲୋଭସ ଏବଂ ସାନିଟାଇଜର ଇତ୍ୟାଦି ବ୍ୟବହାର କରିଥିଲେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ତରଫରୁ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ନିର୍ବାଚନ ଖସଡା, ନିର୍ବାଚନ ପରିଚାଳନା, ଭୋଟ ଗ୍ରହଣ ସମୟରେ ସତର୍କତା, କୋଭିଡ୍ ନିୟମାବଳୀର ଅନୁପାଳନ, ଇଭିଏମ-ଭିଭିପାଟ ମେସିନର ସଠିକ ବ୍ୟବହାର, ବିଭିନ୍ନ ପ୍ରକାର ଫର୍ମର ଉପଯୋଗିତା ଇତ୍ୟାଦି ସମ୍ପର୍କରେ ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଆଜି ୫୧୯ଜଣ ଭାଗ ନେବାକୁ ଥିବା ବେଳେ ସେଥିମଧ୍ୟରୁ ୧୫ଜଣ ଅନୁପସ୍ଥିତ ରହିଥିଲେ । ଅନୁପସ୍ଥିତ ଥିବା ଅଧିକାରୀମାନେ ହେଲେ ରାଧାକୃଷ୍ଣ ଗିରି, ଧନୁ ମାରାଣ୍ଡି, ପ୍ରସନ୍ନ କୁମାର ଖିଲାର, ପ୍ରଶାନ୍ତ କୁମାର ଦାସ, ରବିନ୍ କୁମାର ସେଠୀ, ଦୟାନିଧି ସାହୁ, ରତ୍ନାକର ସାହୁ, ସୁବ୍ରତ କୁମାର ଦାଶ, ସୁକୁମାର ଭନିକ,ଅଶ୍ୱିନୀ କୁମାର ନାୟକ, କରୁଣାକର ଜେନା, ରାଜେଶ କୁମାର ଭୂୟାଁ, ଅନନ୍ତ କୁମାର ରାଉଳ, ଗଙ୍ଗାଧର ସାମନ୍ତ ଏବଂ ଶମ୍ଭୁନାଥ ଭୂୟାଁ । ତାଲିମ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଅଧିକାରୀମାନଙ୍କ ବିରୁଦ୍ଧରେ ନିୟମାନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ କହିଛନ୍ତି । ଏଥି ସହିତ ଆଗକୁ ଅନୁଷ୍ଠିତ ହେବାକୁ ଥିବା ତାଲିମ କାର୍ଯ୍ୟକ୍ରମରେ କେହି ଅନୁପସ୍ଥିତ ନ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ