ଗଜପତିରେ କମିଲା ବର୍ଷା ,ତଥାପି ସ୍ଥିତି ବେହାଲ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଗତ ୨ଦିନ ତୁଳନାରେ ଆଜି ବର୍ଷାର ପରିମାଣ ସାମାନ୍ୟ ଭାବେ କମିଛି । ତଥାପି ଏହି ଜିଲ୍ଲାର ମୋହନା,ଆର.ଉଦୟଗିରି,ନୁଆଗଡ,ରାୟଗଡ ଓ ଗୁମ୍ମା ଆଦି ବ୍ଲକର ସ୍ଥିତି ବେହାଲ ରହିଛି । ଏହି ବ୍ଲକ ଗୁଡିକ ବନ ପାହାଡିଆ ଓ ଦୁର୍ଗମ ଅଞ୍ଚଳ ଅଟେ । ଏହି ଅଞ୍ଚଳର ବିଭିନ୍ନ ପାହାଡରୁ ଜାତ ହୋଇଥିବା ଛୋଟ ବଡ ନାଳ ଗୁଡିକରେ ଆଜି ସୁଦ୍ଧା ବନ୍ୟାଜଳ ପ୍ରବଳ ବେଗରେ ପ୍ରବାହିତ ହେଉଛି । ଅନେକ ଜାଗାରେ ରାସ୍ତା ଧୋଇ ଯିବା ସହ କଲଭର୍ଟ ଉପରେ ପାଣିର ସୁଅ ମାଡି ଚାଲିଛି । ଏହି ଜିଲ୍ଲାର ବଂଶଧାରା ଓ ମହେନ୍ଦ୍ରତନୟା ନଦୀ ସ୍ଥିର ରହିଛି । ମୋହନା ବ୍ଲକର ଅଠରନଳା ନଦୀର ପୋଲ ଉପରେ ଆଜି ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ଏଥି ଯୋଗୁଁ ମୋହନା ବ୍ଲକର ବଡସିନ୍ଧବା,ବାଘମାରି,ଚୁଡଙ୍ଗପୁର,ଅନ୍ତରବା,କେଶରୀଗୁଡା,ଆଦି ୫ଗୋଟି ଗ୍ରାମ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଏହି ମୋହନା ବ୍ଲକ ମହକୁମାକୁ ଏହି ୫ଗୋଟି ପଞ୍ଚାୟତବାସୀଙ୍କ ସମସ୍ତ ଯୋଗାଯୋଗ ଛିନ୍ନ ହୋଇଛି । ମୋହନା ବ୍ଲକର ହରଭଙ୍ଗି ନଦୀରେ ଆଜି ୭/୮ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଏହି ନଦୀର ଅପର ପାଶ୍ୱର୍ରେ ଥିବା ଧନୁପଙ୍କା,ଗୁଡ୍ରିଗୁଡା ଓ ବାଦେଇପୁର ଆଦି ଗ୍ରାମବାସୀ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି । ଏମାନେ ବିଚ୍ଛିନ୍ନ ହେବା ସହ ସମସ୍ତ ଜରୁରୀ ସେବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ମଧ୍ୟ ସ୍ଥିତି ବେହାଲ ରହିଛି । ଏହି ବ୍ଲକର ଗଙ୍ଗାବାଡ ଠାରୁ ବାରଘର ରାସ୍ତା ଧୋଇ ହୋଇଯାଇଛି । ବଡପାଚିଡିଆ କଲଭର୍ଟ ଉପରେ ଆଜି ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ଯୋ ଦ୍ୱାରା ଏହି ଅଞ୍ଚଳର କେତେକ ଗ୍ରାମ ବିଚ୍ଛିନ୍ନ ହୋଇଛି । ପ୍ରବଳ ବର୍ଷା ଯୋଗୁଁ କଇଁପୁର ପଞ୍ଚାୟତର ମାଡବା ଗ୍ରାମର ମୁଖ୍ୟ ରାସ୍ତା ଧୋଇ ହୋଇଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛିାଏହିବ୍ଲକର ସାନତୁଣ୍ଡି,ରେମ୍ପି,ତୁବୁରିସିଂ,ଏସରେମ୍ପି,ସିନ୍ଧଗାଁ,ବାହାଡପଡା,ଲିମାରସିଂ,ଚାଞ୍ଚଡାସାହି,ଡୁମ୍ବା,ଅଞ୍ଚଳ.ବୁର୍ଜି,ଲକିଡା,କେଳୁସାହି,ଅଁଳାବର,ହରଡାବଣ,ସୁଆବା,ଲାଙ୍ଗାସାହି,ରାଇସିଂ,ଆଦି ୨୨ଗୋଟି ଆଦିବାସୀ ଗ୍ରାମର ଅବସ୍ଥା ଏହି ପ୍ରବଳ ବର୍ଷା ଯୋଗୁଁ ଶୋଚନୀୟ ହୋଇ ପଡିଛି । ଏମାନେ ପ୍ରାୟତଃ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅବସ୍ଥାରେ ରହିଛନ୍ତି । ଏହି ସମସ୍ତ ଗ୍ରାମବାସୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ସାହାଯ୍ୟ ସହେଯାଗ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ