ହାତୀ ଉପରେ ଯୋଗ କରି ରାମଦେବଙ୍କ ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାବେଳେ ଖସିପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ମଥୁରାର ଏକ ଆଶ୍ରମର ବୋଲି ଜଣାଯାଇଛି ଏଠାରେ ବାବା ଯୋଗ ଶିକ୍ଷା ଦେଉଥିଲେ। ରାମଦେବ ଯୋଗ ଶିଖାଉଥିବା ସମୟରେ ଆଶ୍ରମର ଗୁରୁ ଶରଣାନନ୍ଦ ମହାରାଜ ମଧ୍ୟ ଉପସ୍ଥିତ ଥିଲେ। ଭାଇରାଲ ହୋଇଥିବା ଭିଡିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାର ଦେଖିବାକୁ ମିଳିୁଛି। ଯୋଗ କରିବାରେ ରାମଦେବ ମଜ୍ଜି ଯାଇଥିବା ବେଳେ ହଠାତ ହାତୀଟି ହଲଚଲ ହୋଇଥିଲା। ଫଳରେ ରାମଦେବ ଭାରସାମ୍ୟ ରକ୍ଷା କରି ନପାରି ହାତୀ ଉପରୁ ତଳକୁ ଖସି ପଡ଼ିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ସେ ତଳେ ପଡ଼ିଯିବା ସତ୍ତ୍ବେ ସଙ୍ଗେସଙ୍ଗେ ଛିଡ଼ା ହୋଇ ଆଗକୁ ଚାଲିଚାଲି ଯାଇଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ ରାମଦେବଙ୍କୁ କୌଣସି ଆଘାତ ଲାଗି ନଥିବା ଜଣାପଡିଛି,ତେବେ ଏହି ଭିଡ଼ିଓ ଏବେ ସୋସିଆଲ ମେଡିଆ ରେ ବେଶ ଭାଇରାଲ ହେବାରେ ଲାଗିଛି |


