ଧୋଇଗଲା ପୋଲ, ୧୫ ଖଣ୍ଡ ଗାଁ ଲୋକେ ବାହ୍ୟଜଗତରୁ ବିଛିନ୍ନ

ସୋରଡ଼ା,(ରଜନୀ କାନ୍ତ ମହାପାତ୍ର):ଲଘୁଚାପ ଯୋଗୁଁ ଗଂଜାମ ଜିଲ୍ଲା ସୋରଡ଼ା ବ୍ଲକ ରେ ଲାଗି ରହିଛି ଲଗାଣ ବର୍ଷା ।ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁଁ ଭାସି ଯାଇଛି ପୋଲ। ୧୫ ଖଣ୍ଡରୁ ଅଧିକ ଗାଁ ଲୋକେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି।ସୋରଡ଼ା ବ୍ଲକ ବୋରଦା ପଂଚାୟତ ନିକଟ ଗୋକୁଳପୁର ଠାରୁ ଖାରୀଗୁଡା ଗାଁ କୁ ସଂଯୋଗ କରୁଥିବା ପୋଲଟି ବନ୍ୟା ଜଳ ରେ ଭାସି ଯାଇଛି।ଯାହା ଫଳରେ ଗୁନାଖାଲ,ହରିପୁର,ମାଣିଆକାଠି,ଜାମଝୋଳି,ଲଷ୍ମୀପୁର,ହସ୍ତିନା, ଡୁମ୍ବୁଳା, ଧନପୁର ଭଳି ୧୫ ଖଣ୍ଡ ର ଗାଁ ଲୋକେ ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଛନ୍ତି। ପୋଲ ଭାସି ଯାଇଥିବାରୁ ଗଛ ର ଗଣ୍ଡି ଉପରେ ଜୀବନ କୁ ବାଜି ଲଗାଇ ନଦୀ ପରି ହେଉଛନ୍ତି ଲୋକେ।ଏଠାରୁ ଡୁମ୍ବୁଳା ଗ୍ରାମକୁ ସଂଯୋଗ କରୁଛି ଏହି ରାସ୍ତା।ଦୁଇଦିନ ଧରି ବର୍ଷା ର ପ୍ରଭାବରେ ଗତକାଲି ସକାଳୁ ପୋଲଟି ଭାସି ଯାଇଛି।ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ବଜାର,ମେଡିକାଲ,ରୋଗୀ ସେବା ପାଇବାରୁ ବଞ୍ଚିତ ରହିଛନ୍ତି।ସେପଟେ ବ୍ରିଜ ଭାସି ଯିବାର ୨୪ ଘଣ୍ଟା ବିତି ଯାଇଥିଲେ ବି ପ୍ରଶାସିନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଗ୍ରାମାବାସି କହିଥିବା ବେଳେ ବର୍ତ୍ତମାନ ସୋରଡା ବ୍ଲକ ଓ ତହସିଲ ପ୍ରଶାସନ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ