ଶିକ୍ଷକ ନେତାଙ୍କ ବିୟୋଗରେ ସ୍ମୃତି ସଭା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ମନୋରଞ୍ଜନ ବାରିକଙ୍କ ଏକାଦଶାହ ଅବସରରେ ବ୍ଲକର ବିଭିନ୍ନ ବର୍ଗ ସଂଗଠନ ପକ୍ଷରୁ ମିଳିତ ଭାବେ ଏକ ସ୍ମୃତିସଭା ବ୍ଲକ ଶିକ୍ଷକ ଭବନ ଠାରେ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ବାରିକଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶିକ୍ଷକ ମାନେ ସ୍ମୃତି ଚାରଣ କରି ସ୍ୱର୍ଗତ ବାରିକ କିପରି ଶିକ୍ଷକତା କରିବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ତାହା ବର୍ଣ୍ଣନା କରିଥିଲେ । ଏହି ସ୍ମୃତିସଭାରେ କୋଭିଡ କଟକଣାକୁ ମାନି ବ୍ଲକର ଶିକ୍ଷକ ନେତା ରାଜେନ୍ଦ୍ର ପ୍ରସାଦ ରାଉତ, ରମେଶ ଚନ୍ଦ୍ର ସାହୁ, ରାଧାନାଥ ମିଶ୍ର, ବସନ୍ତ କୁମାର ପ୍ରଧାନ, କମଳା କାନ୍ତ ମହାପାତ୍ର, ଅଶୋକ କୁମାର ସାହୁ, ମାନଭଞ୍ଜନ ପ୍ରଧାନ, ଅନନ୍ତ ଚରଣ ପରିଡା, ଶୈଳବାଳା ସାମଲ, ପ୍ରମୋଦ କୁମାର ସିଂହ, ହେମନ୍ତ ପରିଡା, ପ୍ରଶାନ୍ତ କୁମାର ମହାକୁଣ୍ଡ, ରାଜକିଶୋର ବିଶ୍ୱାଳ, କେଶବ ଚନ୍ଦ୍ର ବେହେରା ଓ ଅମରେନ୍ଦ୍ର ମହାନ୍ତି ପ୍ରମୁଖ ଦିବଂଗତ ବାରିକଙ୍କ କର୍ମମୟ ଜୀବନର ବହୁବିଧ ଦିଗ ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଶୋକ ସନ୍ତପ୍ତ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇଥିଲେ ।


