ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ
ବାଲେଶ୍ୱର,( ଯୁଗାବ୍ଦ ନୁ୍ୟଜ୍): ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଧର୍ମ ସମ୍ମିଳନୀ ଅଭିଭାଷଣ ତିଥି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜିଠାରୁ ସମଗ୍ର ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି । ବାଲେଶ୍ୱରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ଜିଲ୍ଲା ବିଜେପି ପକ୍ଷରୁ ସକାଳେ ବାଲେଶ୍ୱର ରେଳ ଷ୍ଟେସନ ପରିସରକୁ ସଫେଇ କରାଯାଇଥିଲା । କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଷ୍ଟେନସ ସମ୍ମୁଖସ୍ଥ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଆସନ୍ତା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି । ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଯାତି ଦାସ, ଉମାକାନ୍ତ ମହାପାତ୍ର, ଶୋଭନା ମହାନ୍ତି, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ସିପ୍ରା ବାଜପେୟୀ, ସବିତା ପାଣିଗ୍ରାହୀ, ଅରୁପ ଜେନା ପ୍ରମୁଖଙ୍କ ସମେତ ବିଜେପିର ବହୁ ଜିଲ୍ଲାସ୍ତରୀୟ କର୍ମୀ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଷ୍ଟେସନ ପରିସର ସଫେଇ କରିବା ସହ ବିଜେପି କର୍ମୀମାନେ ଷ୍ଟେସନ ରୋଡରୁ ଛକ ଯାଏଁ ସଫେଇ କରିଥିଲେ ।