ଉଜ୍ୱଳ ଯୋଜନା ରେ ଦୁର୍ନୀତି; ଚାରିବର୍ଷ ହେଲା ଟଙ୍କା ନେଲେ ଦେଲେନି ଗ୍ୟାସ

ମୋହନା,( ଅଂଶୁମାନ ପଣ୍ଡା):କେନ୍ଦ୍ର ସରକାର ମହିଳା ମନଙ୍କ ପାଇଁ ଆଣିଥିଲେ ଖୁସୀ ଏଥିଦ୍ୱାରା ମହିଳା ମାନେ ଅତି ଶୀଘ୍ର ରୋଷାଇ କରି ନିଜ କାମ ଧାମ କରିପାରିବେ| ତେଣୁ ଉଜ୍ୱଳ ଯୋଜନା ଲାଗୁ କରି ମହିଳାଙ୍କୁ ମାଗଣାରେ ଗ୍ୟାସ ଯୋଗାଇଛନ୍ତି , ହେଲେ ଏଠି କିଛି କଳା ବେପାର କରିବା ପାଇଁ ଟଙ୍କା ଦେଇ ଗ୍ୟାସ ଏଜେନ୍ସି ନେଇ ଗରିବଙ୍କୁ ଲୁଟୁଛନ୍ତି |ଏଭଳି ଅଭିଯୋଗ ଆସିଛି ମୋହନା ବ୍ଲକ ପିଣ୍ଡିକି ପଞ୍ଚାୟତ କୁମ୍ଭୀମେରା ଗ୍ରାମରେ| ଆଜିକୁ ଚାରିବର୍ଷ ତଳେ ଉକ୍ତ ପଞ୍ଚାୟତର ସମିତି ସଭ୍ୟ ଙ୍କ ସ୍ୱାମୀ କୁମ୍ଭୀମେରା ଗ୍ରାମରେ ଉଜ୍ୱଳ ଯୋଜନାରେ ମାଗଣା ଗ୍ୟାସ ଦେବାକୁ କହି ମୋହନାର ରବୀରତ୍ନ ଙ୍କ ସହ ମିଶି ଆଠ ଜଣ ଙ୍କ ଠାରୁ ଦୁଇହଜାର ଟଙ୍କା ମାଗି ନେଇ ଛନ୍ତି | କିନ୍ତୁ ମିଳି ମିଶି ଟଙ୍କା ଲୁଟି ଚୁପ ହଇରହିଛନ୍ତି, ଲୋକମନେ ବହୁ ବାର ଚନ୍ଦ୍ରଗିରି ଯାଇ ଗ୍ୟାସ ମାଗିବାରୁ ସେମାନଙ୍କୁ ମନା କରିଥିଲେ ଗ୍ରାମୀଣ ବିତରକ | ଶେଷରେ ନିରାଶ ହଇ ଫେରି ସମିତି ସଭ୍ୟ ଙ୍କ ସ୍ୱାମୀ ଙ୍କୁ କହିବାରୁ ଆଜି କାଲି କହି ଚୁପ ହେଇ ରହିଗଲେ | ଏହି ଗ୍ୟାସ ଯୋଗାଇ ଦେବା ନା କହି ରବୀରତ୍ନ ଓ ପୀଣ୍ଡିକି ସମିତି ସଭ୍ୟ ଙ୍କ ସ୍ୱାମୀ ଓ ଭାରତଗିଆସ ଏଜେନ୍ସି ମିଳିମିଶି ବହୁ ଗରିବ ପରିବାରଙ୍କ ଟଙ୍କା ଲୁଟି ନେଇଛନ୍ତି |ଯାହାଫଳରେ ତାଙ୍କରି ନାମରେ ଥିବା ଗ୍ୟାସକୁ କଳା ବଜାରୀ କରିଛନ୍ତି | ବିଷୟ ରେ ଚନ୍ଦ୍ରଗିରି ଭାରତ ଗ୍ୟାସ ଓ ପାରଳାଖେମୁଣ୍ଡି ଗ୍ୟାସ ଏଜେନ୍ସି କୁ ପଚାରିବାରୁ ଆମେ ଜାଣିନୁ କହିଛନ୍ତି ତେବେ ଏଠି ସ୍ପଷ୍ଟ ହେଉଛି ଯେ ଏହି ଗ୍ୟାସ ବ୍ୟବସାୟୀ ମନେ ଏବେ ଗରିବକୁ ଲୁଟି ନେତାଙ୍କ ସହ ମିଳି ମିଶି କେନ୍ଦ୍ର ସରକାର ଯୋଜନାକୁ ଲୁଟୁଛନ୍ତି |ତେବେ କେବେ ଏହି ଗରିବଙ୍କୁ ଗ୍ୟାସ ମିଳିବ ଆଉ ଏହି ଟାଉଟର ନେତା ଙ୍କୁ ଦଣ୍ଡ ମେଳିବ ଗ୍ୟାସ ଏଜେନ୍ସ ଉପରେ ପଦେକ୍ଷପ ନେବେ ସରକାର ତାକୁ ଅପେକ୍ଷା କରିଛନ୍ତି ଲୋକେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ