ବ୍ଲକ ବିଜେଡିର ଜନସଚେତନତା କାର୍ଯ୍ୟକ୍ରମ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବିଜେଡି ପକ୍ଷରୁ ଆଜି ରଣଜିତ ପଞ୍ଚାୟତର ବିଭିନ୍ନ ୱାର୍ଡରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଯୋଗଦେଇ କରୋନା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହାଛଡା ଦଳପକ୍ଷରୁ ଶିଶୁ, ମହିଳାଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ଶ୍ରୀ ସାମଲ ମାସ୍କ ଓ ସାନିଟାଇଜର ଓ କରୋନା ସଚେତନତା ସୂଚିପତ୍ର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଉତ୍କଳ କେଶରୀ ମହାନ୍ତି, ହେମନ୍ତ ଜେନା, ସୁଶାନ୍ତ ମଲ୍ଲିକ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।


