ଅବଦୁଲ କାଲାମଙ୍କ ଜନ୍ମ ଦିବସ ଅବସରରେ; କାଲାମ ଶିକ୍ଷା କେନ୍ଦ୍ର ଓ ସାହାର୍ଯ୍ୟ ହୋପ ଅଫ ଲାଇଫ ପକ୍ଷରୁ ମାସ୍କ ବଂଟନ ଓ ଚାରା ରୋପଣ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) : ଭାରତରତ୍ନ , ମିଶାଲମ୍ୟାନ , ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କାଲାମଙ୍କ ଜନ୍ନ ଦିବସ ଅବସରରେ କଲାମ ଶିକ୍ଷା କେନ୍ଦ୍ର ଓ ସାହାର୍ଯ୍ୟ ହୋପ ଅଫ ଲାଇଫ ର ମିଳିତ ଆନୁକୂଲ୍ୟରେ ଆର୍ଯ୍ୟପଲ୍ଲୀ ସ୍ଥିତ ଓଡିଆରପି କଲୋନୀ ପରିସରରେ କୋଭିଡ ଗାଇଡ୍ ଲାଇନ ଅନୁସାରେ ଅବଦୁଲ କାଲାମଙ୍କ ଜନ୍ମ ଦିବସ କଲାମ ଶିକ୍ଷା କେନ୍ଦ୍ରର ମୁଖ୍ୟ ଜୀବନ ନାୟକଙ୍କ ପୈାରହିତ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଚାରା ରୋପଣ ଏବଂ ମାସ୍କ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥୀ ଭାବେ ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତିର ତଥା ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ଯୋଗଦେଇ ପ୍ରାରମ୍ଭରେ ଅବଦୁଲ କାଲାମଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପରେ ଅବଦୁଲ କାଲାମଙ୍କ ଗୁଣଗାନ କରି କରୋନା ରୁ କିପରୀ ଲୋକମାନେ ଦୂରେଇ ଓ ସୁରକ୍ଷିତ ରହିବେ ସେଥି ନିମନ୍ତେ ସଚେତନତା କରିଥିଲେ । ଏହିପରିପ୍ରେକ୍ଷୀରେ କଲୋନୀର ଘରକୁ ଘର ବୁଲି ଲୋକଙ୍କୁ ମାସ୍କ ବଣ୍ଟନ କରାଯିବା ସହ ଚାରା ରୋପଣ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାହାର୍ଯ୍ୟ ହୋପ ଅଫ ଲାଇଫର ଜିଲ୍ଲା ସଂଯୋଜକ ଅଭିଶେକ ପଣ୍ଡା, ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ସନ୍ତୋଷ କୁମାର ସାହୁ, ଯୁବ ସ୍ୱେଚ୍ଛାସେବୀ ଜିତେନ୍ଦ୍ର କୁମାର ନାୟକ , ବି.ନାଗେଶ , ବି.ଭୀମା ରାଓ, ଭି.ଚନ୍ଦ୍ରଶେଖର , ଧରିତ୍ରୀ ସାହୁ, ସାବିତ୍ରୀ ସାହୁ, ସସ୍ମିତା ସାହୁ, ନୀତୁ ବେହେରା, ଶ୍ରୀରାମ ମୁଦୁଲୀ, ରାଜେନ୍ଦ୍ର ନାୟକ, ସୁନିଲ ସାହୁ, କାହ୍ନୁ ଚରଣ ମହାରଣା ପ୍ରମୁଖ ଯୋଗଦେଇ ଅବଦୁଲ କାଲାମଙ୍କ ସ୍ମୃତି ଚାରଣ କରିବା ସହ ନିଜେ ନିଜେ ଗୋଟିଏ ଗୋଟିଏ ଚାରା ରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ