ଗୋଚର ଜମିରୁ ଗଛକାଟି ହରଡ ଘଣାରେ ପଡିଲେ ବସନ୍ତ
ବାଲିକୁଦା,(ଅନସୂୟା ରାଉତ):ବାଲିକୁଦା ତହସିଲ୍ ଅଧିନରେ ଥିବା ସାରଣା ବିଭାଗର ସିଙ୍ଗିରୀ ଗ୍ରାମର ବସନ୍ତ ସାମଲ ଗୋଚର ଜମିରୁ ଗଛକାଟି ହରଡ ଘଣାରେ ପଡିଛନ୍ତି।ସାରଣା ରାସସ୍ବ ଅଧିନରେ ଥିବା ସିଙ୍ଗିରୀ ଗ୍ରାମର ବସନ୍ତ ସାମଲ ସିଙ୍ଗିରୀ ଭାଡିଦଣ୍ଡାରେ ଥିବା ଏକ ଗୋଚର ଜମିରୁ ଗୋଟିଏ ଚାକୁଣ୍ଡା ଗଛକୁ କାଟି ବିକିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ସ୍ଥାନୀୟ ଚଷାପଡାର ବସନ୍ତ ପତି ନାମକ ଜଣେ କାଠ ମାଫିଆ ସକାଳୁ ସକାଳୁ ଗଛ କଟାଳୀଙ୍କୁ ଧରି ଗୋଚର ଜମିରେ ଥିବା ଚାକୁଣ୍ଡା ଗଛକୁ କାଟୁଥିଲା। ଗ୍ରାମବାସୀ ଏହାଦେଖି ଆପତ୍ତି ଅଭିଯୋଗ କରିଥିଲେ। ଏହା ଦେଖି କାଠ ମାଫିଆ କୌଶଳ କ୍ରମେ ସେହି ଜାଗାରୁ ପଳାଇ ଥିଲେ। ଗ୍ରାମ ବାସୀ ବାଲିକୁଦା ତହସିଲ୍ ଦାରଙ୍କୁ ଫୋନ୍ କରି ଅବଗତ କରାଇଥିଲେ। ବାଲିକୁଦା ତହସିଲ୍ ଦାର ଦୁଇ ଜଣ କର୍ମଚାରୀଙ୍କୁ ପଠାଇ କାଠ ଜବତ୍ କରିବା ସହିତ ଵସନ୍ତକୁ ତାଗିଦ୍ କରିଥିଲେ। କାଠରେ ହାତ ମାରବୁନାହିଁ ବୋଲି କହିଥିଲେ। ପ୍ରକାଶ ଥାଉକି ଏହି ବାବୁଜଣକ ସିଙ୍ଗିରୀ ଗାଁର ୩ଏକର ଗୋଚର ଜମି ଜବରଦଖଲ କରି ଅଛି। ଏ ବାବଦରେ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତହସିଲ୍ ଦାର ସ୍ଥାନୀୟ ରାଜସ୍ବ ନିରୀକ୍ଷକ ସାରଣାକୁ ତଦନ୍ତ ପାଇଁ ପଠାଇ ଥିଲେ। ଉଭୟଙ୍କ ମଧ୍ୟରେ କି ପ୍ରକାର ମଧୁଚନ୍ଦ୍ରିକା ହେଲା ଏବେ ଉକ୍ତ ବ୍ଯକ୍ତି ସେହି ଜମିରୁ ଲକ୍ଷ ଲକ୍ଷ ଟଙ୍କାର ଧାନ ବିକ୍ରି କରୁଛି। ଏଣୁ ଆଜି ଜବତ କାଠ ପ୍ରତି ଗାଁ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଛି। ଯଦି ଆଗାମୀ ଦିନରେ ଉକ୍ତ ବ୍ଯକ୍ତି ପ୍ରତି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଗ୍ରାମ ବାସୀ ତହସିଲ୍ କାର୍ଯାଳୟ ଘେରାଉ କରିବାକୁ ଅଭିଯୋଗ କାରୀ ସଙ୍କରର୍ଷଣ ରାଉତ, ଅଜିତ୍ ସ୍ବାଇଁ। ଲକ୍ଷ୍ମୀ ଧର ରାଉତ, ଦିପ୍ତି ରଂଜନ ମହାନ୍ତି ,ଅଭୟ ରାଉତ, ସୁରେନ୍ଦ୍ର ରାଉତ, ଉପେନ୍ଦ୍ର ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି।


