ପୁରୀରେ ମୁଖ୍ୟ ମନ୍ତ୍ରୀଙ୍କ ସମୀକ୍ଷା

ପୁରୀ,(ଓ୍ବାଇଏନ୍ଏସ୍): ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚଉହଦୀରେ ହୋଇଥିବା ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଏହାପରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ । ଭୁବନେଶ୍ବର ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ କି ମୁଁ ଶ୍ରୀଜଗନ୍ନାଥ ମନ୍ଦିର ବାହାରେ ହୋଇଥିବା କାର୍ଯ୍ୟ ତଦାରଖ କରିବାକୁ ଆଜି ପୁରୀ ଆସିଛି। ଏହାପରେ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ କ୍ରିଷନ୍ କୁମାର ଗଣମାଧ୍ୟମକୁ ଶ୍ରୀମନ୍ଦିରର ଚତୁଃପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ହୋଇଥିବା ପ୍ରକାଶ କରିଥିଲେ। ଆଜିର ଏହି ସମୀକ୍ଷା କାର୍ଯ୍ୟକ୍ରମରେ  ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର,  ୫-ଟି ସଚିବ , ପୁରୀ ଜିଲ୍ଲାପାଳ, ଏସପି ପ୍ରମୁଖ ବହୁ ବରିଷ୍ଠ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ