ଜମିବାଡି ମାମଲାକୁ ନେଇ ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜମିବାଡି ମାମଲାକୁ ନେଇ ଗୋଟିଏ ପରିବାରର ସଦସ୍ୟଙ୍କୁ ମରଣାନ୍ତଙ୍କ ଆକ୍ରମଣ କରାଯାଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ଗ୍ରାମର ସ୍ୱର୍ଗତ ମହମ୍ମଦ ହମିଦଙ୍କ ପୁଅ ଅବଦୁଲ ଓକିଲ ଅଭିଯୋଗ କରିଛନ୍ତି ଯେ ଗତ ୧୭ତାରିଖ ଦିନ ତାଙ୍କ ଘର ଛାତ ପଡୁଥିବା ବେଳେ ସେହି ଗ୍ରାମର ମହମ୍ମଦ ମୋକିନଙ୍କ ପୁଅ ମହମ୍ମଦ ମୁସ୍ତାକିମ ଏବଂ ସେକ ଗିଦିଙ୍କ ପୁଅ ମହମ୍ମଦ କୋତୋଉଦ୍ଦିନ ହଠାତ ସେଠାରେ ପହଁଚି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ଛାତ ପକାଇଲେ ଜୀବନରେ ମାରି ଶେଷ କରିଦେବାକୁ ଧମକ ଦେଇଥିଲେ । ଏଥିସହିତ ଅବଦୁଲ ଓକିଲଙ୍କ ପୁଅକୁ ମଧ୍ୟ ମାଡମାରିଥିଲେ । ଘରର ଛାତପକା କାମ ଚାଲିଥିବାରୁ ସେ ଏହାର ପ୍ରତିବାଦ କରିନଥିଲେ । କିନ୍ତୁ ସେମାନେ ପୂନର୍ବାର ସେହିଦିନ ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଅନ୍ୟ ୪ଜଣଙ୍କ ସହ ଅବଦୁଲ ଓକିଲଙ୍କ ଘରପାଖକୁ ଆସି ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଅବଦୁଲ ଓକିଲ ଏହାର ପ୍ରତିବାଦ କରନ୍ତେ ଅଭିଯୁକ୍ତମାନେ ଓକିଲଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅକୁ ମଧ୍ୟ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଏଥିସହ ଓକିଲଙ୍କ ଛାତରେ ଦିଆଯାଇଥିବା ପଟ୍ଟା ଓ ବାଉଁଶକୁ ବାଡେଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଓକିଲଙ୍କ ପରେିବାର ଭୟଭୀତ ହୋଇ ଡାକପକାଇବାରୁ ସ୍ଥାନୀୟ ଲୋକେ ଆସି ସେଠାରେ ପହଁଚି ଧରାଧରି କରିବାରେ ଅଭିଯୁକ୍ତମାନେ ଓକିଲଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇ ସେଠାରୁ ପଳାଇଯାଇଥିଲେ । ଏଭଳି ଘଟଣାକୁ ନେଇ ଓକିଲଙ୍କ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିବାରୁ ସେମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହୁଥିବା କହିଛନ୍ତି । ଓକିଲଙ୍କ ଅଭିଯୋଗ ଉପରେ ଟାଉନ ଥାନାରେ କେଶ ନମ୍ବର ୧୬୮/୨୦୨୦ରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୪୫୨, ୪୨୭, ୫୦୬ ଓ ୩୪ ଦଫାରେ ଏକ ମାମଲା ରୁଜୁ କଲରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି । ଓକିଲ ଜଣେ ଗରୀବ ଦିନମଜୁରିଆ ହୋଇଥିବାରୁ ତାଙ୍କୁ ଏଭଳି ଅନ୍ୟାୟ ଭାବେ ଘର କରାଇନଦେବା ଉଦେଶ୍ୟରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇାଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ