ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ଉପଲକ୍ଷେ କୃଷ୍ଣାନନ୍ଦପୁର ଓ ତରଜଙ୍ଗା ପଞ୍ଚାୟତରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ପରିପ୍ରେକ୍ଷୀରେ କୃଷ୍ଣାନନ୍ଦପୁର ପଞ୍ଚାୟତର ଦଳୀୟ ପର୍ଯ୍ୟବେକ୍ଷକ ତଥା ବିଜେଡି ରାଜ୍ୟ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ ଓ ରାଜ୍ୟସଭା ଏମପି ତଥା ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ମୁନ୍ନା ଖାଁ ଏକ କର୍ମୀ ସମ୍ମିଳନୀ ଆୟୋଜନ କରିବା ସହିତ ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିଥିଲେ। ତିର୍ତ୍ତୋଲ ବ୍ଲକ ନିର୍ବାଚନ ଦାୟିତ୍ୱରେ ଥିବା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଜନ୍ମେଜୟ ଲେଙ୍କାଙ୍କର ଉପସ୍ଥିତରେ ସାଧାରଣ ଲୋକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଉପସ୍ଥିତ ନେତୃ ମଣ୍ଡଳୀ ପ୍ରତିଶୃତି ଦେଇଥିଲେ ।ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କର ତତ୍ବାବଧାନରେ ଏହି ବିଜେଡି ସମୀକ୍ଷା ବୈଠକରେ ତିର୍ତ୍ତୋଲ ନିର୍ବାଚନର ବିଜେଡି କର୍ମୀମାନଙ୍କୁ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେହିଭଳି ଏକ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ତରଜଙ୍ଗା ପଞ୍ଚାୟତ ପୁବପଡା ବୁଢୀ ଜାଗୁଳାଇ ପୀଠରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ବାଳ ସଭାପତିତ୍ବ କରିଥିଲେ। ନିର୍ବାଚନ ମଣ୍ଡଳି ପର୍ଯ୍ୟବେକ୍ଷକ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲୀ, ପ୍ରଭାରୀ ଧିରେନ ଜେନା, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ରମାକାନ୍ତ ଭୋଇ, ଜିଲାପରିଷଦ ସଭ୍ୟ ପ୍ରବୀର ରାୟ, ପଞ୍ଚାୟତ ସଭାପତି ରଞ୍ଜିତ ପରିଜା, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି, ଛାତ୍ର ବିଜେଡି ନେତା ଅଭିଷେକ ତ୍ରିପାଠୀ, ତ୍ରିଲୋଚନ ସେଠୀ, ପ୍ରଦିପ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରେ ଅନ୍ୟ ଦଳର ବହୁକର୍ମୀ ବିଜେଡିରେ ଯୋଗଦେଇଥିଲେ।


