ହାବଳେଶ୍ୱର ପଞ୍ଚାୟତରେ ବିଧାୟକଙ୍କ ସମୀକ୍ଷା ବୈଠକ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଦଳୀୟ ସ୍ଥିତି ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିଲାଗି ଜମ୍ଭରା ଠାରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇ ବିଧାୟକ ଶ୍ରୀ ସେଠୀ ପଞ୍ଚାୟତ ଲୋକମାନଙ୍କର ଥିବା ରାସ୍ତାଘାଟ, ପାନୀୟଜଳ ସମସ୍ୟା,ଆବାସ ଯୋଜନା, ସାମାଜିକ ସୁରକ୍ଷା ଯୋଜନାରେ ଲାଗି ରହିଥିବା ସମସ୍ୟା ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । କିପରି ଏହି ସମସ୍ୟା ଗୁଡିକର ସମାଧାନ ହେବ ସେନେଇ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଗେଡମା ସରପଞ୍ଚ ଆନନ୍ଦ ମହାନ୍ତି, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ବରିଷ୍ଠ ବିଜେଡି ନେତା ପ୍ରତାପ ଦେଓ, ରଞ୍ଜନ ପହି, ଦେବକି ନାୟକ,ରମାକାନ୍ତ ନାୟକ, ନବଘନ ନାୟକ, ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ସରପଞ୍ଚ ଅମରେନ୍ଦ୍ର ଧଳ, ଯୋଗେନ୍ଦ୍ର ବେହେରା,ବିରେନ୍ଦ୍ର ବିଶ୍ୱାଳ, ସୁଧାକର ଓଝା, ବାବୁଲି ପଟ୍ଟନାୟକ, ବିଜୟ ମଲ୍ଲିକ, ପ୍ରଦୀପ ଜେନା, ବିଷ୍ଣୁ ପ୍ରସାଦ ପଣ୍ଡା, ପ୍ୟାରୀ ମୋହନ ମଲ୍ଲିକ, ଗଦାଧର ଜେନା, ବୁଦ୍ଧଦେବ ଜେନା, ପ୍ରୀୟ ରଞ୍ଜନ ବ୍ରହ୍ମ, ଗୌରାଙ୍ଗ ରଣା, ପ୍ରୀୟ ରଞ୍ଜନ ଦାସ, ଅଭିଜିତ ସେନାପତି, ଚିକୁ ସେନାପତି ପ୍ରମୁଖଙ୍କ ସମେତ ଦୁଇଶହରୁ ଉର୍ଦ୍ଧ କର୍ମୀ ଓ ପଞ୍ଚାୟତବାସୀ ଉପସ୍ଥିତ ଥିଲେ ।