ଗଂଜାମରେ ଜନସଚେତନତା ପାଇଁ ବିକାଶ ରଥର ଶୁଭାରମ୍ଭ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏପିଡି ରବି ନାରାୟଣ ତ୍ରିପାଠୀ ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନସଂସ୍ଥା ପରିସରରେ ପତାକା ଦେଖାଇ ତିନିଗୋଟି ବିକାଶ ରଥର ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନସଂସ୍ଥା ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଓଡିଶା ଜିବୀକା ମିସନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶକ୍ତି ଗାଁ ଯୋଜନା, ସ୍ୱଚ୍ଛ ଓଡିଶା, ପାନୀୟଜଳ , ୫ଟି ଆଧାରରେ ସେବା ପ୍ରଦାନ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ଏବଂ ଅନ୍ୟାନ୍ୟ ବିକାଶ ମୂଖି କାର୍ଯ୍ୟ ପ୍ରଭୃତି ୯ଗୋଟି ଜନାଭିମୂଖୀ ଯୋଜନାର ଆବଶ୍ୟକତା ଓ କାର୍ଯ୍ୟକାରିତା ବାବଦରେ ଏହି ରଥ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ । ଜିଲ୍ଲାର ୫୦୩ଗୋଟି ଗ୍ରାମ ପଞ୍ଚାୟତରେ ପହଞ୍ଚି ସେଠାରେ ଲୋକଙ୍କୁ ଦୃଶ୍ୟ ସ୍ରାବ୍ୟ ମାଧ୍ୟମରେ ଉକ୍ତ ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ସହ ଭାଗିତା ବାବଦରେ ପ୍ରଶିକ୍ଷିତ କରାଇବ । ଯେଉଁ ହିତାଧିକାରୀ ମାନେ ଏଥିରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ସାମିଲ କରିବା ପାଇଁ ବିକାଶ ରଥ ମାଧ୍ୟମରେ ଆହ୍ୱାନ କରାଯିବ । ଉପାନ୍ତ ଅଂଚଳକୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ଅଧିଗୃହୀତସଂସ୍ଥା ଏକଜୋଟିକ୍ ସାଇନେଜ କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ସହିତ ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ ବିକାଶ ରଥ ପ୍ରଦର୍ଶନଜାରି ରଖିବ । ଜନସଚତେନତାରେ ବିକାଶ ରଥ ପ୍ରମୂଖ ଭୂମିକା ଗ୍ରହଣ କରିବ ବୋଲି ଅଧିକାରୀ ଆଶା ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ