କଡୀଗାଁ ପାହାଡ଼ରେ ବିରଳ ଦ୍ୱାଦଶପତ୍ରୀ ବେଲଗଛ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କାଶୀନଗର ସହର ନିକଟସ୍ଥ କଡୀଗାଁ ପାହାଡ଼ରେ ବିରଳ ଦ୍ୱାଦଶପତ୍ରୀ ବେଲଗଛ ଦେଖାଦେଇଛି | ଉକ୍ତ ଗ୍ରାମରେ ବସବାସ କରୁଥିବା ଜଣେ କାର୍ଯ୍ୟରତ ପ୍ରକୃତି ପ୍ରେମୀ ଶିକ୍ଷକ ମୁନିକୋଟି ଶ୍ରୀ ନିବାସ ରାଓ ଏହାକୁ ଆବିଷ୍କାର କରିଛନ୍ତି | ସେ ପରିବେଶ ସୁରକ୍ଷା ପାଇଁ ନିଜ ଖର୍ଚରେ କଡୀଗାଁ ପାହାଡ଼ରେ ଅନେକ ଗଛ ଲଗାଇଛନ୍ତି | ଆଉ କିଛି ନୂଆ ଗଛ ଲଗାଇବା ପାଇଁ ଦିନେ ଯାଇଥିବା ବେଳେ ହଟାତ ଦ୍ୱାଦଶପତ୍ରୀ ବେଲଗଛ ଟି ତାଙ୍କ ନଜରକୁ ଆସିଥିଲା | ସେ ଗୋଟିଏ ପତ୍ର ଆଣି ସମସ୍ତଙ୍କୁ ଦେଖାଇଥିଲେ ଓ ସାମାଜିକ ଗଣମାଧ୍ୟମରୁ ଦ୍ୱାଦଶପତ୍ରୀ ବେଲଗଛର ଔଷଧୀୟ ଗୁଣ ଜାଣିବା ପରେ ଗ୍ରାମବାସୀଙ୍କୁ ସେହି ସ୍ଥଳକୁ ନେଇଥିଲେ | ବର୍ତ୍ତମାନ ସେହି ସ୍ଥଳରେ ଭିଡ ଲାଗି ରହିଛି | ତିରୁପତି ମନ୍ଦିର ସହ ସମ୍ପୃକ୍ତ ପଣ୍ଡିତ ଅଲ୍ଲିଜିଙ୍ଗି ଜଗଦୀଶ୍ଵର ରାଓ ଦ୍ୱାଦଶପତ୍ରୀ ବେଲଗଛ ଭାରତରେ ବିରଳ ଓ ତିରୁପତି ଦେବସ୍ଥାନରେ ଭି କେଉଁଠି ଏଯାଏଁ ଦେଖା ଦେଇନି ବୋଲି ଜଣାଇଛନ୍ତି | ସମ୍ଭବତଃ କେବଳ ହିମାଳୟ ପାର୍ବତ୍ୟାଞ୍ଚଳରେ ଏହା ଦେଖାଯାଏ ବୋଲି ସେ କହିଛନ୍ତି | ଫଳରେ କଡୀଗାଁ ଗ୍ରାମବାସୀ ୨୬ ତାରିଖ ସକାଳ ୮ ଟା ବେଳେ ଉକ୍ତ ଗଛକୁ ପୂଜା କରି ଭବିଷ୍ୟତରେ ତିରୁପତି ମନ୍ଦିରରୁ ଶିବଲିଙ୍ଗ ଆଣି ସେଠାରେ ମନ୍ଦିର ତୋଳିବାର ଯୋଜନା ରଖିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ