ବିଜେଡ଼ିର ଚଞ୍ଚକତା ରୋକିବା ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ୱର,(ୱାଇଏନ୍ଏସ୍): ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି ସରକାରୀ କଳର ଅପବ୍ୟବହାର ଠାରୁ ଆରମ୍ଭ କରି ନାନା ପ୍ରକାରର ନିୟମ ବହିର୍ଭୂତ କାମ କିରିଥାଏ । ସରକାରୀ କଳକୁ ବ୍ୟବହାର କରି ସେମାନେ ଆଦର୍ଶ ଆଚରଣ ବିଧିର ମର୍ଯ୍ୟାଦା ରଖନ୍ତି ନାହିଁ । ଟଙ୍କା-ମଦ-ମାଂସ ମିଥ୍ୟା ପ୍ରତିଶ୍ରୁତି ବଳରେ ନିର୍ବାଚନକୁ ପ୍ରଭାବିତ କରନ୍ତି । ଏସବୁର ମୁକାବିଲା ଓ ନିରାକରଣ ପାଇଁ ସମ୍ମିଳିତ ରଣନିତୀ ଓ ଅନୁଭବ ଏକାନ୍ତ ଆବଶ୍ୟକ । ଏହାକୁ ଆଧାର କରି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି କୁରାଢ଼ିଆ ପଞ୍ଚାୟତ ବିଜେପି କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କ ସହିତ ବିଚାର ବିମର୍ଶ କରିଛନ୍ତି । ଶ୍ରୀଯୁକ୍ତ ପାଣି ତାଙ୍କ ଅନୁଭୂତିରୁ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଶ୍ରୀଯୁକ୍ତ ପାଣି ଆହୁରି କହିଥିଲେ ଯେ ବିଜେଡ଼ିର ଜାଲିୟାତି ଓ ଛଳନାକୁ ପ୍ରତିହତ କରିବା ପାଇଁ ବିଜେପି କର୍ମୀଙ୍କୁ ସଦା ସଚେତନ ଓ ନିଷ୍ଠାବାନ ଦେବା ଆବଶ୍ୟକ । ଲୋକଙ୍କୁ ବୁଝାଇବକୁ ପଡିବ ୨୧ ବର୍ଷ ପରେ କାହିଁକି ଆଜି ବିକାଶର ପ୍ରତିଶ୍ରୁତି ଦେବାକୁ ପଡୁଛି ? ବାସ୍ତବରେ ବିଜେଡ଼ି ସେମିତି କିଛି ଆଖି ଦୃଶିଆ କାମ କରିନାହିଁ, କରିଥିଲେ ଏକ ଉପନିର୍ବାଚନ ଜିତିବା ପାଇଁ ଗଣ୍ଡା ଗଣ୍ଡା ମନ୍ତ୍ରୀ ବିଧାୟକମାନେ ନିଜ ନିଜର ସାମ୍ବିଧାନିକ ଦାୟିତ୍ୱକୁ ପାଳନ ନକରି ଏଠାରେ ଡେରା ପକାଇ ବସି ନଥାନ୍ତେ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତାପସ କୁମାର ମହାନ୍ତି, ଲଲାଟେନ୍ଦୁ ଦାସ, ଗୌତମ ଦାସ, ସୁଶାନ୍ତ ଦାସ ଓ ରବିନାରାୟଣ ମାନ୍ନାଙ୍କ ସହିତ ଅନେକ କାର୍ଯ୍ୟକର୍ତା ଆଲୋଚନାରେ ଭାଗ ନେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ