ମହୁଲଗଢିଆ ଓ ବୃନ୍ଦାବନପୁରରେ ଦୁର୍ଗାପୂଜା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମହୁଲଗଢିଆ ଗ୍ରାମରେ ଆଜକୁ ପ୍ରାୟ ୨୮ ବର୍ଷ ଧରି ମା’ଦୁର୍ଗତୀ ନାଶିନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୁର୍ଗାପୂଜା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କୋଭିଡ୍ ନିୟମ ଅନୁଯାୟୀ ପାଳନ ହୋଇଯାଇଛି । ପ୍ରାରମ୍ଭରେ ନିକଟସ୍ଥ ପୁଷ୍କରିଣୀରୁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜାର୍ଚ୍ଚନା ହୋଇଥିଲା । ପୂଜକ ବିଷ୍ଣୁ ମୋହନ ପଣ୍ଡା, ଫକୀର ମୋହନ ତ୍ରିପାଠୀ ପୂଜାକାର୍ଯ୍ୟ ସଂପାଦନ କରିଥିଲେ । ପୂଜା ଉତ୍ସବରେ ନିରଂଜନ ରାଉତ, ପଞ୍ଚାନନ ରାଉତ, ଭଗବାନ ରାଉତ, କୀର୍ତ୍ତନ ରାଉତ, ଦୀନବନ୍ଧୁ ରାଉତ, ଅନନ୍ତ ବାରିକ, ହରିହର ରାଉତ, ଚର୍ତୁଭୁଜ ରାଉତଙ୍କ ସମେତ ମହୁଲଗଢିଆ ଗ୍ରାମବାସୀ ସହଯୋଗ କରିଥିଲେ । ସେହିପରି ଗଣିଜାଙ୍ଗ ପଞ୍ଚାୟତର ବୃନ୍ଦାବନପୁର ଗ୍ରାମରେ ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କର ପୂଜା କୋଭିଡ୍ ନିୟମ ଅନୁସାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ନିକଟସ୍ଥ କପାଳୀ ନଦୀରୁ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ପୂଜକ ସତ୍ୟବ୍ରତ ପଣ୍ଡା ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ଶିଳ୍ପୀ ଆନନ୍ଦ ଜେନାଙ୍କ ଦ୍ୱାରା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଥିଲା । ସୋମବାର ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।


